ଅମରେଶ ହତ୍ୟାକାଣ୍ଡ : ଜେଲ୍‌ ଗଲେ ୬ ଅଭିଯୁକ୍ତ

ପୁରୁଣା ଭୁବନେଶ୍ୱର : ଏୟାରଫିଲ୍ଡ ଥାନା କପିଳପ୍ରସାଦ ଅମରେଶ ନାୟକ ହତ୍ୟାକାଣ୍ଡର ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଅଭିଯୁକ୍ତମାନେ ହେଲେ ପୁରୁଣା ଭୁବନେଶ୍ୱରର ଶଙ୍କର ବସ୍ତିଆ, ସୁନ୍ଦରପଦାର ଜଗଦୀଶ ଗଜେନ୍ଦ୍ର, ଜିତେନ୍ଦ୍ର ମଲ୍ଲିକ, ରଘୁନାଥ ବାରିକ, ରାଜେଶ ନାୟକ ଓ ବିଶ୍ୱଜିତ ରାଉତରାୟ। ଏହି ମାମଲାରେ ଆହୁରି ୭ଜଣରୁ ଅଧିକ ଫେରାର ଥିବା ଜଣାପଡ଼ିଛି। ସେମାନଙ୍କୁ ଧରିବା ଲାଗି ଏୟାରଫିଲ୍‌ଡ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଦୀପାବଳି ରାତିରେ ଅମରେଶଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏପରିକି ତାଙ୍କୁ ମୁଣ୍ଡକୁ ପଥରରେ ଛେଚିବା ସହ ଗାଡି ଚଢ଼ାଇ ଦେଇଥିଲେ।

ସମ୍ବନ୍ଧିତ ଖବର