କବାବ ମଗାଇବା ମହିଳା ପର୍ଯ୍ୟଟକଙ୍କୁ ମହଙ୍ଗା ପଡ଼ିଲା, ଦେବାକୁ ପଡ଼ିଲା ୨ଲକ୍ଷ ୭ହଜାର ଟଙ୍କା

ନୂଆଦିଲ୍ଲୀ: କ୍ରେଡିଟ୍‌ କାର୍ଡରୁ ସମୟ ସମୟରେ କୌଣସି ଜିନିଷ ହେଉ ଅବା ଖାଦ୍ୟ ସାମଗ୍ରୀ ପାଇଁ ଯେତିକି ଟଙ୍କା ପୈଠ କରିବା କଥା ତା’ଠାରୁ ଅଧିକ ଟଙ୍କା କଟି ଯାଇଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏମିତି ଏକ ମାମଲା ଜେରୁଜେଲମରେ ଦେଖିବାକୁ ମିଳିଛି। ଏଠାରେ ଜଣେ ବିଦେଶୀ ମହିଳା ପର୍ଯ୍ୟଟକ ଏକ ପ୍ଲେଟ କବାବ ମଗାଇ ଥିଲେ। ଯେଉଁଥିପାଇଁ ତାଙ୍କୁ ୨ଲକ୍ଷ ୭ହଜାର ଟଙ୍କା ଦେବାକୁ ପଡ଼ିଛି।

ଏହି ଘଟଣା ଇସ୍ରାଏଲ୍‌ ଜେରୁଜେଲମ ସହରର ଏକ ରେସ୍ତୁରାଁରେ ଘଟିଛି। ଜେରୁଜେଲମକୁ କୌଣସି ଏକ କାମରେ ଲୋରା ଜିଫ ବୁଲିବାକୁ ଯାଇଥିଲେ। ଏହି ସମୟରେ ସେ ସେଠାକାର ଓଲ୍‌ଡ ସିଟି ଶବରମା ରେସ୍ତେୁରାଁରୁ ଏକ ପ୍ଲେଟ ଶବରମା (ଏକ ପ୍ରକାର କବାବ) ମଗାଇଥିଲେ। ଆଉ ଏହାର ପେମେଣ୍ଟ କ୍ରେଡିଟ୍‌ କାର୍ଡରୁ କରିଥିଲେ। ଏହାପରେ ସେ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। କାରଣ କ୍ରେଡିଟ୍‌ କାର୍ଡରୁ ଟଙ୍କା ପୈଠ ସମୟରେ ତାଙ୍କ ଆକାଉଣ୍ଟରୁ ୨ଲକ୍ଷ ୭ହଜାର ଟଙ୍କା ଆଦାୟ କରାଯାଇଥିଲା ବୋଲି ଜଣାପଡ଼ିଛି।

ଅନ୍ୟପଟେ ରେସ୍ତୁରାଁ ମାଲିକ ଅଧିକ ଟଙ୍କା ଆଦାୟ କରାଯାଇଥିବା ନେଇ ନିଜ ଦୋଷ ସ୍ୱୀକାର କରିଥିଲେ ଏବଂ ଅଗଷ୍ଟ ୧୨ରେ ତାଙ୍କ ଟଙ୍କା ଫେରାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଲୋରାଙ୍କ ଟଙ୍କା ମିଳି ପାରି ନ ଥିବାରୁ ରେସ୍ତୁରାଁର ମାଲିକ ଦୁଃଖପ୍ରକାଶ କରିଛନ୍ତି। ଏ ନେଇ ସେ ବ୍ୟାଙ୍କ ସହ ଆଲୋଚନା କରି ଲୋରାଙ୍କ ଟଙ୍କା ଖୁବ୍‌ ଶୀଘ୍ର ଫେରାଇ ଦେବା ଲାଗି ଉଦ୍ୟମ କରୁଥିବା କହିଛନ୍ତି।

ସମ୍ବନ୍ଧିତ ଖବର