ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଗଣଦୌଡ଼

ଆଇସିସି ମହିଳା ଉଦ୍ୟୋଗୀ ସଂଗଠନ ଦ୍ୱାରା ସମ୍ମାନିତ ହେଲେ ୫୦ ମହିଳା ପୁଲିସ ଅଧିକାରୀ

ଭୁବନେଶ୍ୱର: ଭାରତୀୟ ଜାତୀୟ ମହିଳା ଉଦ୍ୟୋଗୀ ସଂଗଠନ ଓଡ଼ିଶା ଶାଖା, ଏମଏସଏମଇ ଏବଂ ୱାରିୟର କ୍ରେଡ୍‍ ଡିଫେନ୍ସ କ୍ୟାରିୟର ଏକାଡେମିର ମିଳିତ ଆନୁକୂଲ୍ୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ସାଂସଦ ଦିଲ୍ଲୀପ ତିର୍କି, ସିଦ୍ଧାନ୍ତ ମହାପାତ୍ର, ପୁଲିସ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଏମ୍‍ଏସଏମଇ-ଡିଏଫ୍‍ଓ ଯୁଗ୍ମ ଅଧ୍ୟକ୍ଷ ପି.କେ.ଗୁପ୍ତା, ଆଇସିସି ମହିଳା ଉଦ୍ୟୋଗୀ ସଂଗଠନର ଆବାହକ ସୁକିର୍ତ୍ତୀ ପଟ୍ଟନାୟକ, ସହ ଆବାହକ ତନୟା ପଟ୍ଟନାୟକ ଓ ଅବସରପ୍ରାପ୍ତ ସେନା ଅଧିକାରୀ କ୍ୟାପଟେନ୍‌ ଚିନ୍ମୟ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବର ପ୍ରାରମ୍ଭରେ ଅତିଥିମାନେ ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ।

ୱାରିୟର କ୍ରେଡ୍‍ ଡିଫେନ୍ସ କ୍ୟାରିୟର ଏକାଡେମିକୁ ଭବିଷ୍ୟତ ସେନାଧିକାରୀ ସୃଷ୍ଟି କ୍ଷେତ୍ରରେ ପ୍ରଚେଷ୍ଟା ନିମନ୍ତେ ତନୟା ପଟ୍ଟନାୟକ ସାଧୁବାଦ ଜଣାଇଥିଲେ। ମହିଳା ପୁଲିସ ଅଧିକାରୀମାନଙ୍କର ଉନ୍ନତି ତଥା ଏହି ଆୟୋଜନ ପ୍ରତି ସହଯୋଗ ନିମନ୍ତେ ପୁଲିସ କମିସନର ଶ୍ରୀ ପ୍ରିୟଦର୍ଶୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହିତ ଦ୍ୱୈତ ନଗରୀର ସୁରକ୍ଷା ଦିଗରେ ପୁଲିସ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଶ୍ରୀ ପ୍ରିୟଦର୍ଶୀ ପୁଲିସ ବିଭାଗର ନୂତନ ଯୋଜନା ଉପରେ ଆଲୋକପାତ କରିବା ସହ ଆଇଡବ୍ଲ୍ୟୁଇସି ଓ ୱାରିୟର କ୍ରେଡ୍‍ ଡିଫେନ୍ସ କ୍ୟାରିୟର ଏକାଡେମିକୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଆଇଟିସି ଓ ମହିଳା ଉଦ୍ୟୋଗୀ ପକ୍ଷରୁ ଶ୍ରୀ ପ୍ରିୟଦର୍ଶୀଙ୍କୁ ‘ଭିଜନାରି ଲିଡରସିପ୍‍’ ସମ୍ମାନରେ ସମ୍ମାନିତ କରାଯାଇଥିଲା ଓ ୫୦ଜଣ ମହିଳା ପୁଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର