ଲକ୍ଷ୍ନୌ: ଜମ୍ମୁ-କଶ୍ମୀରରେ ଚଳିତବର୍ଷ ସେପ୍ଟେମ୍ବର ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଆଲିଗଡ଼ ମୁସ୍ଲିମ୍ ୟୁନିଭରସିଟି(ଏଏମ୍ୟୁ)ର ଛାତ୍ରଛାତ୍ରୀମାନେ ପୂର୍ବରୁ ଅନେକ ଥର ନିଜ ନିଜର କ୍ଷୋଭ ପ୍ରକାଶ କରି ସାରିଛନ୍ତି।
ତେବେ, ଛାତ୍ରଛାତ୍ରୀଙ୍କ ପରେ ଏବେ ଚର୍ଚ୍ଚାରେ ଅଛନ୍ତି ଏଏମ୍ୟୁର ଜଣେ ଅଧ୍ୟାପିକା। ଫେସ୍ବୁକ୍ରେ ଆପତ୍ତିଜନକ ପୋଷ୍ଟ୍ ଦେଇ ଅଧ୍ୟାପିକା ହ୍ୟୁମା ପରବୀନ(୩୪) ଏବଂ ତାଙ୍କ ସ୍ବାମୀ ନଇମ ସଉକତ ବିବାଦରେ ଫଶିଛନ୍ତି। ଏହି ଦମ୍ପତିଙ୍କ ବିରୋଧରେ ଆଲିଗଡ଼ ଗାନ୍ଧୀ ପାର୍କ ପୁଲିସ୍ ଷ୍ଟେସନ୍ରେ ଅପରାଧିକ ମାମଲା ରୁଜ୍ଜୁ ହୋଇଛି। ସେମାନେ କଶ୍ମୀର ପ୍ରସଂଗରେ ସୋସିଆଲ୍ ମିଡିଆରେ ଆପତ୍ତିଜନକ ପୋଷ୍ଟ୍ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।
ଦମ୍ପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ହିନ୍ଦୁ ମହାସଭାର ସଦସ୍ୟ ଅଶୋକ ପାଣ୍ଡେ। ସେ ଅଭିଯୋଗ ଆଣି କହିଥିଲେ ଯେ ଫେସ୍ବୁକ୍ରେ ଦମ୍ପତିଙ୍କ ପୋଷ୍ଟ୍ ଦେଶର ସ୍ବାଭିମାନକୁ କ୍ଷୁର୍ଣ୍ଣ କରିବା ପରି ଥିଲା। ଅଭିଯୋଗକାରୀ ଉକ୍ତ ପୋଷ୍ଟ୍ର ଏକ ସ୍କ୍ରିନ୍ସଟ୍ ରଖି ଅଭିଯୋଗ ଆଣିଥିବା ଜାଣିବାକୁ ମିଳିଛି।