ରାସ୍ତା ମଝିରେ ପୁଲିସ୍‌କୁ ଗୋଡ଼େଇ ଗୋଡ଼େଇ ପିଟିଲେ ଅଟୋ ଚାଳକ, ଭିଡିଓ ଭାଇରାଲ୍‌

ମୁଜାଫରପୁର: ପୁଲିସ୍‌ କାହାକୁ ପିଟୁଥିବାର ଦୃଶ୍ୟଟି ଅତି ସାଧାରଣ କଥା। ମାତ୍ର କେହି ସାଧାରଣ ଜନତା ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ କେବେ ପୁଲିସ୍‌କୁ ପିଟୁଥିବାର ଦୃଶ୍ୟ ଦେଖିଛନ୍ତି? ଏପରି ଘଟିଛି ବିହା ମୁଜାଫରନଗରର ଅଘୋରିଆ ବଜାରରେ। ଜଣେ ଅଟୋରିକ୍ସା ଚାଳକ ଭୁଲ୍‌ ପାର୍ଶ୍ୱରେ ଅଟୋ ଚଳାଉଥିବା ନେଇ ପୁଲିସ୍‌ ଜଣକ ତାଙ୍କୁ ଅଟକାରଇବାରେ ସେ ଓ ତାଙ୍କ ସାଙ୍ଗ ପୁଲିସ୍‌କୁ ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ପିଟିଥିବା ବେଳର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଅଟୋ ଚାଳକ ଜଣକ ପୁଲିସ୍‌କୁ ପିଟୁଥିବା ବେଳେ ତାଙ୍କୁ ବନ୍ଧୁମାନେ ପୁଲିସ୍‌କୁ ଢେଲା ପଥର ମାଡ଼ କରୁଥିବାର ଦୃଶ୍ୟ ବି ଭିଡିଓରେ କଏଦ ହୋଇଛି।

ରାସ୍ତା ମଝିରେ ଏପରି ଘଟିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ଭୟର ଆତଙ୍କ ଖେଳି ଯାଇଛି। ଢେଲାମାଡ଼ ଭୟରେ ସେହି ରାସ୍ତା ଉପରୁ ଲୋକମାନେ ଦୌଡ଼ିକରି କେକୁଆଡ଼େ ପଳାଇଛନ୍ତି ତାହାର କିଛି ଠିକଣା ନାହିଁ। କେହି ବି ହେଲେ ପୁଲିସ୍‌ ଜଣଙ୍କୁ ସୁରକ୍ଷା ଦେବାକୁ ଆଗକୁ ଆସିନଥିଲେ। ସମସ୍ତେ ଭୟରେ ସ୍ଥାନ ଛାଡ଼ି ପଳାଇଥିବା ଦେଖିବାକୁ ମିଳିଛି।

 

ଜାଣିବାକୁ ମିଳିଛି ଯେ ଆଜି ମିଠନପୁର ଅଞ୍ଚଳରେ ଉପ ମୁଖ୍ୟମନ୍ତ୍ରୀଙ୍କର ଏକ କାର୍ଯ୍ୟକ୍ରମ ଥିବା ହେତୁ ସଂପୃକ୍ତ ଅଞ୍ଚଳରେ ପୁଲିସ୍‌ ଜଗିଥିଲେ। ସେହିପରି ଅଘୋରିଆ ବଜାରରେ ଡିଏସ୍‌ପିଙ୍କ ସହ ଆହୁରି ଅନେକ ପୁଲିସ୍‌ କର୍ମୀ ନିୟୋଜିତ ହୋଇଥିଲେ। ଏହି ସମୟରେ ଅଟୋଚାଳକ ଜଣକ ଗାଡ଼ିକୁ ଭୁଲ୍‌ ପାଶ୍ୱରେ ପୂରାଇ ଦେଇଥିଲେ। ତାଙ୍କୁ ପୁଲିସ୍‌ ଧରିବାରୁ ସେ ସେହି ସମୟରେ ଧମକ ଦେଇ ପଳାଇ ଯାଇଥିଲା। ପରେ ତା’ର କିଛି ଲୋକଙ୍କୁ ଧରି ଆସି ସେଠାରେ ପହଞ୍ଚି ପୁଲିସ୍‌କୁ ମାରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର