ମନ୍ଦିରକୁ ପୂଜା କରିବାକୁ ଆସିଥିଲେ ମହିଳା, ଘର ଭିତରକୁ ଡାକି ନେଇ ପୂଜାରୀ କଲେ ଦୁଷ୍କର୍ମ

ନୋଏଡ଼ା: ମାନସିକ ଶାନ୍ତି ପାଇଁ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଆସିଥିବା ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ମନ୍ଦିର ପୂଜାରୀଙ୍କ ଦ୍ୱାରା ଗ୍ରେଟର ନୋଏଡାର ଗୌତମବୁଦ୍ଧ ନଗର ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ଥାନାରେ ଅଭିଯୋଗ ହେବା ପରେ ଏହି ମାମଲାରେ ପୁଲିସ ଘଟଣାର ଛାନଭିନ୍‌ କରୁଛି।

ବାଦଲପୁର ଥାନା ଅନ୍ତର୍ଗତ ମାଣିକପୁର ଗାଁର ପ୍ରାଚୀନ ମନ୍ଦିରରେ ଏଭଳି ଘଟଣା ଘଟିଛି। ପୁଲିସ ଉପାଧ୍ୟକ୍ଷ ଅବନୀଶ କୁମାର କହିଛନ୍ତି, ଗାଁରେ ଏକ ପ୍ରାଚୀନ ମନ୍ଦିର ଅଛି। ମନ୍ଦିରରେ ସ୍ୱାମୀ କହ୍ନେୟା ନାମରେ ଜଣେ ପୂଜାରୀ ଅନେକ ବର୍ଷ ହେବ ପୂଜା କରନ୍ତି।

ରାଧା ଦେବୀ(ଛଦ୍ମନାମ) ନାମରେ ଜଣେ ମହିଳା ଅଭିଯୋଗ କରି ପୁଲିସକୁ କହିଛନ୍ତି, ଜୁଲାଇ ୯ରେ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ସେହି ସମୟରେ ମନ୍ଦିରର ପୂଜାରୀ ଏକ କୋଠରୀକୁ ଡାକିଥିଲେ ଓ ଦୁଷ୍କର୍ମ କରିଥିଲେ। ଡିଏସ୍‌ପି ଅବନୀଶ କୁମାର କହିଛନ୍ତି, ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅବନୀଶ କହିଛନ୍ତି, ଅଭିଯୁକ୍ତ ମନ୍ଦିର ପୂଜାରୀ ଫେରାର ହୋଇ ଯାଇଛି। ପୁଲିସ ତାକୁ ଖୋଜୁଛି। ପୁଲିସ ମହିଳାଙ୍କ ମେଡିକାଲ ପରୀକ୍ଷା କରିଛି।

ସମ୍ବନ୍ଧିତ ଖବର