ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଭିଜୟନଗରମ ଜିଲ୍ଲାରେ ନୂଆ ବର୍ଷରେ ଦୁଇଜଣ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତିକୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଉଭୟ ନାବାଳକ ନୂଆ ବର୍ଷ ପାଳନ କରିବାକୁ ନିଜ ସାଙ୍ଗଙ୍କ ସହ ପିକନିକ୍ କରିବାକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ରାମବାବୁ ଦୁହିଁଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ସୂଚନାମୁତାବକ, ବାଳିକାମାନଙ୍କ ଅଭିଯୋଗ ପରେ କୁରୁପମ ପୁଲିସ ଷ୍ଟେସନରେ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।
ପୁଲିସ ମୁତାବକ, ଶନିବାର ସକାଳେ ଦୁଇଜଣ ଝିଅ ଭଟିଗେଡା ଜଳଭଣ୍ଡାରକୁ ସାଙ୍ଗମାନଙ୍କ ସହ ପିକନିକ୍ କରିବାକୁ ଯାଇଥିଲେ। ଜଳଭଣ୍ଡାରରେ ଥିବା ବାଳକ ଓ ବାଳିକାମାନଙ୍କୁ ଦେଖି ରାମବାବୁ ତାଙ୍କ ବାଇକରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ବାଳକ ଓ ବାଳିକାମାନଙ୍କୁ ପୁଲିସ ଅଧିକାରୀ ପରିଚୟ ଦେଇ ଫଟୋ ଉଠାଇ ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ ଫଟୋ ପଠାଇ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇଥିଲା। ରାମବାବୁ ପିକନିକ୍ ସ୍ଥାନରେ ଉପସ୍ଥିତ ଥିବା ବାଳକମାନଙ୍କୁ ଘଉଡାଇ ଦେଇଥିଲା। ଏହାପରେ ଦୁଇ ନାବାଳକଙ୍କୁ ଦୁଷ୍କର୍ମ କରିଥିଲା।
ଏହି ଘଟଣା ପରେ ଅଭିଯୁକ୍ତ ନାବାଳିକାଙ୍କୁ ଧମକ ଦେଇ କହିଥିଲା ଯେ ଯଦି ସେମାନେ ଏହି ଘଟଣାର ଖୁଲାସା କରନ୍ତି ତେବେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବ। ପୀଡିତା ହଷ୍ଟେଲରେ ପହଞ୍ଚି ପୁରା ଘଟଣାକୁ ତାଙ୍କ ୱାର୍ଡେନଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକଙ୍କ ବିରୋଧ ପରେ ପୀଡିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ସରକାରୀ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।