ଗୁଣ୍ଟୁର(ଆନ୍ଧ୍ରପ୍ରଦେଶ): ୨୦ଟଙ୍କା ତଳେ ପକାଇ ୧୦ଲକ୍ଷ ଲୁଟିନେଲେ ଲୁଟେରା। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଏଠାରେ ୨୦ଟଙ୍କା ତଳେ ପଡ଼ିଛି କହି ଜଣେ କିରାଣୀଙ୍କଠାରୁ ଲୁଟେରା ୧୦ଲକ୍ଷ ଟଙ୍କା ଲୁଟି ନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଲଙ୍କା ବ୍ୟବସାୟୀଙ୍କ ପାଖରେ କାର୍ଯ୍ୟ କରୁଥିବା କିରାଣୀ ହରିବାବୁଙ୍କୁ ତାଙ୍କ ମାଲିକ ବ୍ୟାଙ୍କରୁ ୧୦ଲକ୍ଷ ଟଙ୍କା କାଢ଼ିବାକୁ କହିଥିଲେ। ହେଲେ ଏତେ ସହଜରେ ୧୦ଲକ୍ଷ ଚୋରି ହୋଇଯିବ ବୋଲି ସେ ଭାବିନଥିଲେ।
ଘଟଣା ସମୟର ଯେଉଁ ଭିଡିଓ ଏବେ ଭାଇରାଲ ହେଉଛି ସେଥିରେ ଦେଖାଯାଇଛି ଯେ, ହରିବାବୁ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ବ୍ୟାଗରେ ଆଣୁଛନ୍ତି ଏବଂ ତାଙ୍କ ବାଇକ୍ ହ୍ୟାଣ୍ଡେଲରେ ଟାଙ୍ଗି ଦେଉଛନ୍ତି। ଏହା ପରେ ଜଣେ ଯୁବକ ଆସି ତଳେ ତୁମର ୨୦ଟଙ୍କିଆ ନୋଟ ପଡ଼ିଥିବା କହୁଛନ୍ତି। ତାଙ୍କର ଉଦ୍ଦେଶ୍ୟ ନଜାଣି ହରିବାବୁ ପଛକୁ ବୁଲି ୨୦ଟଙ୍କା ଖୋଜିବାକୁ ଲାଗୁଛନ୍ତି। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ୨ଜଣ ବ୍ୟକ୍ତି ତାଙ୍କ ବାଇକରୁ ଟଙ୍କା ଭର୍ତ୍ତି ଥିବା ବ୍ୟାଗ ନେଇ ଫେରାର ହୋଇଯାଉଛନ୍ତି।
20 రూపాయల నోటు ఆశ చూపి 10 లక్షలు దోచేశారు
గుంటూరు - మిర్చి వ్యాపారి వద్ద గుమాస్తాగా పని చేసే హరిబాబు హెచ్డీఎఫ్సీ బ్యాంకులో 10 లక్షలు విత్డ్రా చేసుకొని వస్తుండగా 20 రూపాయల నోటు కింద పడింది చూసుకోమని దృష్టి మలిచి 10 లక్షలు దోచేశారు. pic.twitter.com/kTsoJ1Wvsx
— Telugu Scribe (@TeluguScribe) July 16, 2023
ଘଟଣା ଘଟିବା ପରେ ହରିବାବୁ ଏବେ ଘଟଣା ବିଷୟରେ ପଟ୍ଟାବିପୁରମ୍ ପୁଲିସକୁ ସୂଚନା ଦେଇଛନ୍ତି। ପୁଲିସ ଅଭିଯୋଗ ପାଇବା ପରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରମାଣ ପାଇଁ ବ୍ୟାଙ୍କ ଏବଂ ଏହାର ଆଖପାଖରେ ଲଗାଯାଇଥିବା ସିସିଟିଭି କ୍ୟାମେରା ସ୍କାନ କରୁଛି ପୁଲିସ। ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ ପରିଚୟ ମିଳିପାରିନାହିଁ।