ହାଇଦ୍ରାବାଦ : ମୋବାଇଲକୁ ଅଜଣା ନମ୍ବରରୁ କଲ୍ ଆସିବାରୁ ଶନିବାର ଦିନ ଭେଙ୍କଟ ରମଣ ନାମକ ଜଣେ ଅଟୋଚାଳକ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଝିଅ କ୍ରିଷ୍ଣାବାଣୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ସେହି ଫୋନ କଲ ସହ ପ୍ରକୃତରେ ତାଙ୍କ ଝିଅର କୌଣସି ସଂପର୍କ ନଥିଲ। କ୍ରିଷ୍ଣାବାଣୀଙ୍କ ମୁଣ୍ଡରେ ଆଘାତ ଲାଗିି ତାଙ୍କର ମୃତ୍ୟୁ ଘଟିଛି।
ଘଟଣା ଅନୁଯାୟୀ , ଭେଙ୍କଟଙ୍କ ଫୋନକୁ ଏକ ବ୍ଲାଙ୍କ କଲ ଆସିଥିଲା । ଯେଉଁଥିରେ କଲର ଜଣକ କ୍ରିଷ୍ଣାବାଣୀଙ୍କ ବିଷୟରେ ପଚାରିଥିଲେ । ଏହାପରେ ଭେଙ୍କଟ ଝିଅର କୌଣସି କଥା ନଶୁଣି କଲରଙ୍କ ସହ ତାଙ୍କର କ’ଣ ସଂପର୍କ ଅଛି ବୋଲି ପଚାରିବା ସହ ମାଡ଼ ମାରିବା ଆରମ୍ଭ କରିଥିଲେ । କ୍ରିଷ୍ପା କଲରଙ୍କ ବିଷୟରେ କିଛି ଜାଣି ନାହାନ୍ତି ବୋଲି ବାରମ୍ବାର କହିଥିଲେ ମଧ୍ୟ ଭେଙ୍କଟ କିଛି ଶୁଣି ନଥିଲେ । ଏହାପରେ କ୍ରିଷ୍ଣାବାଣୀର ମୃତ୍ୟୁ ହୋଇଥିଲା।
ଏହାପରେ ଭେଙ୍କଟ ଏବଂ ତାଙ୍କ ପତ୍ନୀ ଘଟଣାକୁ ଲୁଚାଇବାକୁ ସମସ୍ତ ସମ୍ପର୍କୀୟଙ୍କୁ ରୋଗଗ୍ରସ୍ତ ଥିବାରୁ କ୍ରିଷ୍ପାଙ୍କର ମୃତ୍ୟୁ ହୋଇଛି ବୋଲି କହିଥିଲେ । ସେମାନେ ଗୁପ୍ତଭାବେ କ୍ରିଷ୍ପାଙ୍କର ଶବସତ୍କାର ଶେଷ କରିବା ପାଇଁ ଯାଉଥିବା ବେଳେ ପୁଲିସର ତାଙ୍କ ଉପରେ ସନ୍ଦେହ ହୋଇଥିଲା। ପୁଲିସ କ୍ରିଷ୍ଣାବାଣୀର ଶବକୁ ଜବତ କରିବା ସହ ମାମଲାର ତଦନ୍ତ କରିଥିଲା। ପରେ ଭେଙ୍କଟଙ୍କୁ ପଚରିବାରୁ ସେ ସତ ମାନି ଯାଇଥିଲେ। ପୁଲିସ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ଡ଼ାକ୍ତରଖାନାକୁ ପଠାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/crime-2.jpg)