ପ୍ରେମିକ ଦ୍ବାରା ଗଞ୍ଜେଇ କାରବାରରେ ଛନ୍ଦି ହୋଇଥିବା ମହିଳା ବେଙ୍ଗାଲୁରରୁ ଗିରଫ

ସ୍ରିକାକୁଲମ: ଗଞ୍ଜେଇ କାରବାର ଅଭିଯୋଗରେ ଆନ୍ଧ୍ରପ୍ରଦେଶର ସ୍ରିକାକୁଲମର ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ୨ ବର୍ଷୀୟା ମହିଳା ଜଣକ କର୍ଣ୍ଣାଟକର ବେଙ୍ଗାଲୁରଠାରେ ଏକ ପ୍ୟାକେଟ ଗଞ୍ଜେଇ ବିତରଣ କରୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

ଗଞ୍ଜେଇ କାରବାର କରୁଥିବା ମହିଳା ଜଣକ ହେଉଛନ୍ତି ରେଣୁକା। ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ରେଣୁକା ତାଙ୍କ ଡ୍ରଗ୍ସ କାରବାର କରୁଥିବା ପ୍ରେମିକଙ୍କ ଦ୍ବାରା ଏହି ଧନ୍ଦାରେ ଲିପ୍ତ ହୋଇଛନ୍ତି। ରେଣୁକା ପୁଲିସ୍‌ ସମ୍ମୁଖରେ ସ୍ବୀକାର କରିଛନ୍ତି ଯେ ଗଞ୍ଜେଇ ବିତରଣ କରିବା ପାଇଁ ସେ ଲକ୍‌ଡାଉନ୍‌ ସମୟରେ ବେଙ୍ଗାଲୁର ଆସିଥିଲେ।

ପୁଲିସ୍‌ ସୂଚନାନୁସାରେ, ମହିଳା ଜଣକ କଡପା ସିଦ୍ଧାର୍ଥ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରେମ କରନ୍ତି। ଚେନ୍ନାଇରେ ଇଞ୍ଜିନିୟରିଂ ପଢୁଥିବା ବେଳେ ଉଭୟେ ଉଭୟଙ୍କର ଚିହ୍ନା ହୋଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଉପୁଜିଥିଲା।

ମାତ୍ର ସେମାନଙ୍କ ପ୍ରେମ ସଂପର୍କକୁ ସେମାନଙ୍କ ପରିବାର ସ୍ବୀକୃତି ନମିିଳିବାରୁ ଦୁହେଁ ଘରୁ ବାହାରି ଅଲଗା ରହୁଥିଲେ। ଓଡ଼ିଶାରୁ ଗଞ୍ଜେଇ ନେଇ କାରବାର କରୁଥିବା ସିଦ୍ଧାର୍ଥ ଅନ୍ୟ ଜଣେ ଯୁବକଙ୍କ ସହ ନିଜ ପ୍ରେମିକାଙ୍କ ପରିଚିତ କରାଇ ତାଙ୍କୁ ମଧ୍ୟ ଏହି ଧନ୍ଦାରେ ଲଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର