ରାଗରେ ପିଲାଙ୍କ ମୋବାଇଲ ଫୋନକୁ ନିଆଁ‌ରେ ଫିଙ୍ଗି ଦେଲେ ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: ନିକଟରେ ଜଣେ ଶିକ୍ଷୟିତ୍ରୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଶିକ୍ଷୟିତ୍ରୀ ଜଣକ ଏମିତି କିଛି କାମ କରିଛନ୍ତି ଯାହା ଚର୍ଚ୍ଚାରେ ରହିଛି। ଉକ୍ତ ଶିକ୍ଷୟିତ୍ରୀ ଜଣକ ସ୍କୁଲରେ ପିଲାମାନଙ୍କ ଠାରୁ ମୋବାଇଲ ଫୋନକୁ ଛଡ଼ାଇ ନେଇ ନିଆଁରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଶିକ୍ଷୟିତ୍ରୀ ଜଣକ ଗୋଟିଏ କି ଦୁଇଟି ନୁହେଁ ନିଆଁ ଲାଗିଥିବା ଡ୍ରମରେ ଅନେକ ମୋବାଇଲ ଫୋନ ପୋଡ଼ି ଦେଇଥିବା ଦେଖିବାକୁ ମିଳୁଛି।

 

View this post on Instagram

 

A post shared by mStar (@mstaronlineofficial)


ଏଥିସହିତ ଶିକ୍ଷୟିତ୍ରୀଙ୍କ ଚାରିପାଖରେ ଠିଆ ହୋଇଥିବା ପିଲାମାନେ ସେମାନଙ୍କ ମୋବାଇଲ୍ ଜାଳୁଥିବା ଦେଖୁଛନ୍ତି। ଏହି ସମୟରେ ଆଉ ଜଣେ ଶିକ୍ଷୟିତ୍ରୀ ଆସି  ହାତରେ ଏକ ମୋବାଇଲ ଧରି ପିଲାଙ୍କୁ ଦେଖାଉଛନ୍ତି। ଆଉ ସେହି ଫୋନକୁ ଉକ୍ତ ନିଆଁରେ ଫିଙ୍ଗି ଦେଉଛନ୍ତି।

ତେବେ କୁହାଯାଉଛି କି ସ୍କୁଲକୁ ଫୋନ ନଆଣିବା ପାଇଁ ପିଲାମାନଙ୍କୁ ବାରମ୍ବାର ଦାଗିଦ କରାଯାଇଥିଲା। ଏହି ନିୟମ କିଛି ପିଲା ମାନିଥିବା ବେଳେ ଆଉ କିଛି ପିଲା ସ୍କୁଲକୁ ଫୋନ ନେଇ ଆସିଥିଲେ। ଆଉ ଉକ୍ତ ଶିକ୍ଷୟିତ୍ରୀଙ୍କ ହାତରେ ଧରାପଡ଼ିଯାଇଥିଲେ। ଏଥିରେ ଶିକ୍ଷୟିତ୍ରୀ ଜଣକ ରାଗି ଯାଇ ଏଭଳି ପଦକ୍ଷେପ ନେଇଥିବା କୁୁହାଯାଉଛି। ତେବେ ଏହି ଘଟଣାଟି ଇଣ୍ଡୋନେସିଆରେ ଘଟିଥିବା କୁହାଯାଉଛି।

 

ସମ୍ବନ୍ଧିତ ଖବର