ମାର୍କେଟ୍‌ ବିଲ୍ଡିଂ ଆତଙ୍କରାଜ ଘଟଣାରେ ଆଉ ଜଣେ ଗିରଫ

ଭୁବନେଶ୍ୱର : ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କରାଜ ଘଟଣାର ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ। ସେ ହେଲା, ବଡ଼ଗଡ଼ ଥାନା ବିଜେବିନଗରର ମନୋରଞ୍ଜନ ଖଟେଇ ଓରଫ ତୋଫାନ। ଏହି ଘଟଣାର ସେ ମାଷ୍ଟରମାଇଣ୍ଡ ଥିଲା ବୋଲି ପୁଲିସ କହୁଛି। ଆତଙ୍କରାଜ ଘଟାଇବା ପରେ ପୁଲିସ ଗିରଫ ଭୟରେ ସେ ଫେରାର୍ ହୋଇଯାଇଥିଲା। ଶନିବାର ବିଳମ୍ବିତ ରାତିରେ ପୁଲିସ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ପୁଲିସ ଏହି ଘଟଣାରେ ମୋଟ ୩୧ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର