ପାଣ୍ଡିୟାନ୍‌ଙ୍କ ବାସଭବନକୁ ଗୋବର ମାଡ଼ ଘଟଣା : ଆଉ ଜଣେ ଗିରଫ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନଙ୍କ ୟୁନିଟ୍‌-୬ସ୍ଥିତ ସରକାରୀ ବାସଭବନକୁ ଗୋବର ଓ ଢେଲା ମାଡ଼ ଘଟଣାରେ କ୍ୟାପିଟାଲ ଥାନା ପୁଲିସ ଆଉ ଜଣେ ଯୁବକଙ୍କୁ ଗିରଫ କରିଛି କୋର୍ଟ ଚାଲାଣ କରିଛି । ସେ ହେଲେ ୟୁନିଟ୍‌-୪ ମାଛମାର୍କେଟ ଅଞ୍ଚଳର ଅଜୟ ବେହେରା(୧୯)।

ପ୍ରକାଶ ଥାଉ କି, ଗତ ଫେବ୍ରୁଆରି ୧୦ ତାରିଖ ଦିନ ସକାଳେ ୩୦ରୁ ଅଧିକ ବିଜେପି କର୍ମୀ ପାଣ୍ଡିୟାନ୍‌ଙ୍କ ବାସଭବନକୁ ଧସେଇ ପଶିବା ସହ ଗୋବର ମାଡ଼ କରିଥିଲେ। ଏହାଛଡ଼ା ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ଓ ଭଙ୍ଗାରୁଜା କରିଥିଲେ। ଏନେଇ କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରିରଖିଛି। ଏହି ଘଟଣାରେ ଅଜୟଙ୍କୁ ମିଶାଇ କ୍ୟାପିଟାଲ ଥାନା ପୁଲିସ ୧୦ଜଣଙ୍କୁ ଗିରଫ କରିସାରିଲାଣି। ସେହିପରି ଏହି ଘଟଣାରେ ହରେକୃଷ୍ଣ ଖୁଣ୍ଟିଆଙ୍କୁ ନୋଟିସ ଜାରି କରାଯାଇଛି। କ୍ୟାପିଟାଲ୍‌ ଥାନାରେ ଏହି ଘଟଣାର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ଏହି ନୋଟିସ୍‌ ଜାରି ହୋଇଛି।

ସମ୍ବନ୍ଧିତ ଖବର