ଟିଭିରେ ପ୍ରବଚନ ଦେଉଥିବା ଦାତୀ ମହାରାଜଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ : ମହିଳା ଭକ୍ତ ପୁଲିସରେ ଏତଲା ଦେଲେ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସମାଚାର ଚ୍ୟାନେଲରେ ନିୟମିତ ପ୍ରବଚନ ଦେଉଥିବା ଆତ୍ମ-.ଘୋଷିତ ଧର୍ମଗୁରୁ ଦାତୀ ମହାରାଜଙ୍କ ନାମରେ ବଳାତ୍କାର ଅଭିଯୋଗ ଆସିଛି। ଦାତୀ ମହାରାଜଙ୍କ ବିରୋଧରେ ଜଣେ ମହିଳା ଭକ୍ତ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଅଭିଯୋଗ କରିଥିବା ମହିଳାଙ୍କ କହିବା ମୁତାବକ, ଦୁଇ ବର୍ଷ ତଳେ ଦିଲ୍ଲୀର ଶନି ଧାମ ମନ୍ଦିର ଭିତରେ ବାବା ତାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ମହିଳାଙ୍କ ଜୀବନକୁ ବିପଦ ଥିବାରୁ ଭୟଭୀତ ହୋଇ ଦୁଇ ବର୍ଷ ହେବ ସେ ଅଭିଯୋଗ ଲାଗି ସାହସ ଜୁଟାଇ ପାରି ନ ଥିଲେ ବୋଲି କହିଛନ୍ତି ।

ମହିଳାଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୁଲିସ ଘଟଣାର ଯାଞ୍ଚ କରି ଦୁଷ୍କର୍ମ ଅଭିଯୋଗ ଅନୁଯାୟୀ ଆଇପିସିର ଧାରା – ୩୭୬,୩୭୭, ୩୫୪ ଏବଂ ୩୪ ଆଧାରରେ ମାମଲା ରୁଜୁ କରାଯାଇଛି । ଖୁବଶୀଘ୍ର ଏନେଇ ଦାତୀ ମହାରାଜଙ୍କୁ ଜେରା ହେବ ବୋଲି ବି ପୁଲିସ ପକ୍ଷରୁ ସୂଚନା ମିଳିଛି।ଦିଲ୍ଲୀର ଛତ୍ରପୁରସ୍ଥିତ ଶନି ଧାମ ମନ୍ଦିରର ପ୍ରମୁଖ ହେଉଛନ୍ତି ଦାତୀ ମହାରାଜ । ଦକ୍ଷିଣ ଦିଲ୍ଲୀରେ ତାଙ୍କର ଏକ ବିଶାଳ ଫାର୍ମ ହାଉସ ମଧ୍ୟ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର