କଟକ: ଚୌଦ୍ୱାର ଜେଲ୍ ଭିତରେ ସଢୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ମହମ୍ମଦ ସକିଲର ଏକାଧିକ ବାନ୍ଧବୀ ଥିବା ଜଣାପଡ଼ିଛି। ଦରଘାବଜାର ପୁଲିସ ଆଜି ସକିଲର ଆଉ ଜଣେ ବାନ୍ଧବୀକୁ ଗିରଫ କରିବା ପରେ ଏକଥା ସ୍ପଷ୍ଟ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟର ସକିଲର ଏହି ବାନ୍ଧବୀ ଜଣକ ବକ୍ସିବଜାର ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିବା ସହ ଧମକ ଦେଇଥିଲା। ଏହା ପରେ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ଅପରାଧ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ମହିଳାଙ୍କୁ ପୁଲିସ ଗିରଫ କରି ଏବେ ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ପୁଲିସ ସକିଲର ଜଣେ ବାନ୍ଧବୀ ନସରିନ୍ ଖାନ୍କୁ ଦୁଇ ଦିନ ପୂର୍ବରୁ ଗିରଫ କରିଛି। ନସରିନ୍କୁ ଗିରଫ କରିବା ପରେ ପୁଲିସ ଜାଣିବାକୁ ପାଇଥିଲା ଯେ, ଉଭୟ ସକିଲ ଓ ତା’ର ବାନ୍ଧବୀ ମିଶି ଅପରାଧ ପାଇଁ ବ୍ଲୁୁ-ପ୍ରିଣ୍ଟ ରଚୁଥିଲେ। ସକିଲକୁ ତା’ର ବାନ୍ଧବୀ ବାରମ୍ବାର ଜେଲରେ ଭେଟୁଥିଲା। ଜେଲ ଭିତରେ ସକିଲ ଓ ଜେଲ୍ ବାହାରେ ତା’ର ବାନ୍ଧବୀ ଉଭୟ ବ୍ୟବସାୟୀ ଓ ବଡ଼ ବଡ଼ ଧନୀ ଶ୍ରେଣୀର ଲୋକଙ୍କୁ ଟାର୍ଗେଟ କରୁଥିଲେ। କୁଖ୍ୟତ ଅପରାଧୀ ସକିଲ୍ ଚୌଦ୍ୱାର ସର୍କଲ ଜେଲ ଭିତରୁ ଭିଡିଓ କଲ୍ କରି ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲା। ବ୍ୟବସାୟୀ ଓ ବଡ଼ ବଡ଼ ଲୋକଙ୍କର ମୋବାଇଲ୍ ନମ୍ବରଗୁଡ଼ିକ ବାନ୍ଧବୀ ନସରିନ୍ ଯୋଗାଇ ଦେଉଥିଲା।
/sambad/media/post_attachments/wp-content/uploads/2020/01/CTC-1-750x430-1.jpg)
ଜେଲ ଭିତରେ ବିଚାରାଧିନ କଏଦୀ ଭାବେ ଥିବା ହାର୍ଡକୋର ଅପରାଧୀ ମହମ୍ମଦ ସକିଲ କିଛି ଦିନ ତଳେ କଟକ ବକ୍ସିବଜାରସ୍ଥିତ ଆନନ୍ଦ ସ୍ପୋର୍ଟସ୍ ମାଲିକ ଯୋଗେଶ ଅଗ୍ରୱାଲଙ୍କୁ ଭିଡିଓ କଲ୍ କରି ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା। ବଟି ନ ମିଳିଲେ ଗୁଳି ମାରି ଉଡ଼ାଇ ଦେବାକୁ ଧମକ ଦେଇଥିଲା। ଏ ନେଇ ଯୋଗେଶ ଅଗ୍ରଓ୍ଵାଲ ଥାନାରେ ଏତଲା ଦେଇଥିଲେ। ଥାନାରେ ଅଭିଯୋଗ ହେବା ପରେ ପୁଲିସ ସକିଲର ସହଯୋଗୀ ଟାଇଗର ସମେତ ୫ ଜଣଙ୍କୁ ଗିରଫ କରିଥିଲା। ତେବେ ଏହି ଅପରାଧର ଚେର୍ ଖୋଜୁ ଖୋଜୁ ସକିଲର ବାନ୍ଧବୀ ଖାନ୍ଙ୍କ ନିକଟରେ ପହଞ୍ଚିଥିଲା ପୁଲିସ। ଖୋଳତାଡ଼ରୁ ଜାଣିବାକୁ ପାଇଥିଲା ଯେ, ସକିଲ୍ ଗ୍ୟାଙ୍ଗକୁ ଚୋରା ବନ୍ଧୁକ ଦେବା ଠାରୁ ଆରମ୍ଭ କରି ଜେଲକୁ ମୋବାଇଲ ପହଞ୍ଚାଇବା ପର୍ଯ୍ୟନ୍ତ ସବୁଥିରେ ନସରିନ୍ଙ୍କ ହାତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/CTC-2.jpg)