ପୂର୍ବଜନ୍ମର ସ୍ତ୍ରୀ କହି ଯୁବତୀଙ୍କୁ ଦୁଷ୍କର୍ମ :ଠକ ବାବାଙ୍କ ଜାମିନ ଆବେଦନ ଖାରଜ

ଥାନେ: ନିଜକୁ ଜଣେ ଆତ୍ମଘୋଷିତ ଧର୍ମଗୁରୁ ବୋଲାଉଥିବା ଗୌହାଟୀର ଜଣେ ଠକ ବାବା କ}ାନସର ଭଲ କରିଦେବାର ଅଦ୍ଭୂତ ଶକ୍ତି ତାଙ୍କ ପାଖରେ ଥିବା ଦାବି କରିବା ସହିତ ଜଣେ ଯୁବତୀଙ୍କୁ ତାଙ୍କ ପୂର୍ବଜନ୍ମର ପତ୍ନୀ ବୋଲି ଦାବି କରି ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଏ ନେଇ ଯୁବତୀ ଜଣକ ଥାନେ ଥାନାରେ ଅଭିଯୋଗ କରିବା ପରେ ଏହି ତଥାକଥିତ ବାବା ଥାନେ ସେସନ୍ସ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ମାତ୍ର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେବାରୁ ଏବେ ତାଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।


ଥାନେର ଜଣେ ୩୭ ବର୍ଷୀୟ ଯୁବତୀ ଅଭିଯୋଗ କରିଛନ୍ତି ଯେ ସାଇଲାଲ ଜେଧିୟା ନାମକ ଏହି ଆତ୍ମଘୋଷିତ ବାବା ଗତ ଦୁଇ ବର୍ଷ ହେଲା ତାଙ୍କୁ ଯୌନ ନିର୍ଯ୍ୟାତନା ଦେଇ ଆସୁଛନ୍ତି।ଏକ ଘରୋଇ କମ୍ପାନିରେ ସିନିୟର ଏକ୍‌ଜିକ୍ୟୁଟିଭ୍‌ ଭାବେ କାର୍ଯ୍ୟ କରୁଥିବା ଏହି ମହିଳା ଜଣକ ତାଙ୍କ ବାପାଙ୍କ କ୍ୟାନସର ରୋଗର ନିଦାନ ପାଇଁ ୨୦୧୫ ମସିହାରେ ବ୍ୟବସ୍ଥା କରୁଥିବା ବେଳେ ସୋସିଆଲ େଓ୍ଵବସାଇଟ୍‌ ମାଧ୍ୟମରେ ସାଇଲାଲ ଜେଧିୟାଙ୍କ ସମ୍ପର୍କରେ ଅବଗତ ହୋଇଥିଲେ। ଏ ନେଇ ସେ ଜେଧିୟାଙ୍କ ସହତ ଯୋଗାଯୋଗ କରିଥିଲେ। ଜେଧିୟା ପୁନେ ଆସି ତାଙ୍କ ପାଖରେ ଐଶୀ ଶକ୍ତି ରହିଛି ଓ ସେ ସାଇବାବାଙ୍କ ଅବତାର ବୋଲି ବିଶ୍ୱାସ ଜନ୍ମାଇ ତାଙ୍କ ବାପାଙ୍କ କ୍ୟାନସର ଭଲ କରି ଦେବେ ବୋଲି ଯୁବତୀଙ୍କ ମନରେ ବିଶ୍ୱାସ ଜନ୍ମାଇ ଥିଲେ। ଏଥିପାଇଁ ବିଭିନ୍ନ ପୂଜା ପାଠ ପାଇଁ ବାବା ଜଣକ ଯୁବତୀଙ୍କ ଠାରୁ ୩ ଲକ୍ଷ ଟଙ୍କା ମଧ୍ୟ ଠକି ନେଇଥିଲେ।

କେବଳ ସେତିକି ନୁହେଁ, କିଛିଦିନ ପରେ ଏହି ଠକ ବାବା ଜେଧିୟା ଯୁବତୀଙ୍କୁ କହିଥିଲେ ଯେ ସେ ହେଉଛନ୍ତି ତାଙ୍କ ପୂର୍ବଜନ୍ମର ସ୍ତ୍ରୀ। ତେଣୁ ତାଙ୍କୁ ସାଙ୍ଗରେ ନେଇ ସେ ଆସାମର କାମାକ୍ଷା ଦେବୀ ପୀଠ ଓ ଦୀଲ୍ଲୀକୁ ଯିବାକୁ ପ୍ରସ୍ତାବ ଦେଇଥିଲେ। ବାପାଙ୍କ କୃାନସର ଭଲ କରିଦେବେ ବୋଲି ଯୁବତୀ ଜଣକ ଠକ ଜେଧିୟାଙ୍କୁ ବିଶ୍ୱାସ କରି ତାଙ୍କ ସହିତ ଆସାମ ଓ ଦିଲ୍ଲଈ ଯାଇଥିଲେ। ମାତ୍ର ସେଠାରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଯୁବତୀଙ୍କ ଦୁର୍ଦ୍ଦିନ। ଏହି ଠକ ବାବା ଆସାମ ଓ ଦିଲ୍ଲୀରେ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। କେବଳ ସେତିକି ନୁହେଁ, ଯୁବତୀଙ୍କ ସହ ଶରୀରିକ ସମ୍ପର୍କ ସମୟର ଭିଡିଓ ଉତ୍ତୋଳନ କରି ଏହି ବାବା ଜଣକ ତାଙ୍କୁ ବ୍ଲାକ୍‌ମେଲିଂ କରିବା ଆରମ୍ଭ କରି ଦେଇଥିଲେ। ଜଣେ ଠକବାବା ଦ୍ୱାରା ବାରମ୍ବାର ଦୁଷ୍କର୍ମ ଶିକାର ହେବା ପରେ ଯୁବତୀ ଜଣକ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତରେ ମଧ୍ୟ ବାବାଙ୍କ କଳା କାରନାମା ଜଣାପଡ଼ିଥିଲା।

ତେବେ ନିଜ ଗିରଫଦାରୀକୁ ଏଡ଼ାଇବା ପାଇଁ ବାବା ଜଣକ ଥାନେ ସେସନ୍ସ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଠକ ବାବାଙ୍କ ଜାମିନ ଆବେଦନକୁ ବିରୋଧ କରି ଯୁବତୀଙ୍କ ଓକିଲ କହିଥିଲେ ଯେ ଏହି ଠକ ବାବାଙ୍କର ବହୁତ ଭକ୍ତ ଅଛନ୍ତି ଓ ସେ ଖବୁ କ୍ଷମତାଶାଳୀ। ତେଣୁ ତାଙ୍କୁ ଜରମିନ ଦିଆଗଲେ ସେ ତାଙ୍କ ବିରୋଧରେ ଥିବା ପ୍ରମାଣକୁ ନଷ୍ଟ କରିବା ପାଇଁ ଉଦ୍ୟମ କରି ପାରନ୍ତି। ଅପରପକ୍ଷେ ଠକବାବା ଗିରଫ ହେଲେ, ତାଙ୍କ ଦ୍ୱାରା ଯୌନ ନିର୍ଯାତନା ପାଇଥିବା ବହୁ ଯୁବତୀ ହୁଏତ ସାହସ ସଞ୍ଚୟ କରି ତାଙ୍କ ବିରୋଧରେ ଅଭିଯୋଗ କରି ପାରନ୍ତି ବୋଳଇ ଯୁବତୀଙ୍କ ଓକିଲ ଯୁବକ୍ତି ଦର୍ଶାଇଥିଲେ। ଏହି ଯୁକ୍ତି ଆଧାରରେ ମାନ୍ୟବର କୋର୍ଟ ବାବାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛି।

ସମ୍ବନ୍ଧିତ ଖବର