ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦର ଆରମଗଡ଼ ଫ୍ଲାଏଓଭରରୁ ପୁଣିଥରେ ଏକ ଲୋମଟାଙ୍କୁରା ବିପଦପୂର୍ଣ୍ଣ ବାଇକ୍ ଷ୍ଟଣ୍ଟର ଭିଡିଓ ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ଆରାମଗଡ଼ ଫ୍ଲାଏଓଭର ହାଇଦ୍ରାବାଦର ଏକ ବ୍ୟସ୍ତବହୁଳ ଏବଂ ଲମ୍ବା ଫ୍ଲାଏଓଭର। କିଛିଦିନ ହେବ ଏହି ଫ୍ଲାଏଓଭର ଷ୍ଟଣ୍ଟ ପାଇଁ ଯୁବପିଢ଼ିଙ୍କର ପ୍ରିୟ ସ୍ଥାନ ପାଲଟିଛି। ଏଠାରେ ଅନେକ ସମୟରେ ଯୁବପିଢ଼ିମାନେ ଷ୍ଟଣ୍ଟ କରୁଥିବାର ନଜର ଆସିଥାଆନ୍ତି।
କିଛି ଦିନ ପୂର୍ବରୁ ଏହି ଫ୍ଲାଏଓଭର ଉପରେ ଷ୍ଟଣ୍ଟ କରୁଥିବା ବେଳେ ତିନି ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଥିବା ବେଳେ ଅଗଷ୍ଟ ୬ ତାରିଖରେ କିଛି ଯୁବକ ପୁଣି ଏପରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଯୁବକମାନଙ୍କ ଷ୍ଟଣ୍ଟ ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଷ୍ଟଣ୍ଟବାଜି ଦ୍ବାରା ଆଉ କେତେଜଣଙ୍କ ଜୀବନ ଗଲେ ବୁଦ୍ଧି ଆସିବ। ନିକଟରେ ଘଟିଥିବା ଏତେ ବଡ଼ ଅଘଟଣ ସତ୍ତ୍ବେ ପୁଣି ଉକ୍ତ ଫ୍ଲାଏଓଭରରେ ଯୁବକମାନଙ୍କ ଷ୍ଟଣ୍ଟକୁ ଦେଖି ଯେମିତି ଲାଗୁଛି ଏମାନଙ୍କୁ ବି ଡାକୁଛି କି ମୃତ୍ୟୁ।’