ନୂଆଦିଲ୍ଲୀ: ନିଜ ପ୍ରେମିକଙ୍କ ଲିଙ୍ଗ ଛେଦନ କରିବା ଅଭିଯୋଗରେ ଆର୍ଜେଣ୍ଟିନାର ଜଣେ ମହିଳାଙ୍କୁ ଅଦାଲତ ୧୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରେମିକା ଜଣକ ହେଉଛନ୍ତି ବ୍ରେଣ୍ଡା ବାରାଥିନି। ନିଜ ପ୍ରେମିକଙ୍କ ଉପରେ ରାଗ ସୁଝାଇବା ପାଇଁ ଆର୍‌କିଟେକ୍ଟ ମହିଳା ଜଣକ ଏପରି ଧର୍ତ୍ତବ୍ୟ ଅପରାଧ କରିଥିବା କାରଣରୁ ଅଦାଲତ ତାଙ୍କୁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।

Advertisment

publive-image Fox News

ମହିଳା ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ପ୍ରେମିକ ତାଙ୍କ ସହ ଭଲପାଇବାର ଛଳନା କରୁଥିଲେ। ତାଙ୍କ ସହ ଘଟୁଥିବା ବ୍ୟକ୍ତିଗତ ମୁହୂର୍ତ୍ତକୁ ସେ ନିଜ ସାଙ୍ଗମାନଙ୍କ ସହ ବାଣ୍ଟି ମଜା ନେଉଥିଲେ। ମହିଳାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତ ସବୁକୁ ତାଙ୍କ ପ୍ରେମିକ ଭିଡିଓ ରେକର୍ଡ କରି ନିଜ ବନ୍ଧୁମାନଙ୍କୁ ଦେଖାଉଥିଲେ। ଏ ବିଷୟରେ ମହିଳା ଜାଣିବା ପରେ ପ୍ରେମିକଙ୍କ ପ୍ରତି କ୍ଷୋଭ ଓ ଘୃଣା ଆସିଥିଲା ଓ କିପରି ତାଙ୍କ ପ୍ରତିଶୋଧ ନିଆଯାଇ ପାରିବ ସେ ବିଷୟରେ ଭାବିିଥିଲେ। ଫଳରେ ଦିନେ ତାଙ୍କ ପ୍ରେମିକଙ୍କୁ ଖଟରେ ବାନ୍ଧି ଭିନ୍ନ ଢଙ୍ଗରେ ସଂପର୍କ ସ୍ଥାପନ କରିବାକୁ କହି ତାଙ୍କ ଲିଙ୍ଗକୁ ଏକ ଧାରୁଆ ଅସ୍ତ୍ରରେ ଛେଦନ କରିଥିଲେ।