୧୦ ଜୁଆଡ଼ି ଗିରଫ: ୨୮ ହଜାର ଟଙ୍କା, ୫ ମୋବାଇଲ୍‌ ଜବତ

ଭୁବନେଶ୍ୱର: ୟୁନିଟ୍‌-୧ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ କ୍ୟାପିଟାଲ ଥାନା ପୁଲିସ ଚଢ଼ଉ କରି ୧୦ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ସାଢ଼େ ୨୮ ହଜାର ଟଙ୍କା, ୫ଟି ମୋବାଇଲ୍‌ ଫୋନ୍‌, ଓ ପାଲି ଜବତ କରିଛି। ସେମାନେ ହେଲେ ଖୋର୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ନରେନ୍ଦ୍ର ସୁବୁଦ୍ଧି, ବାଲିଅନ୍ତା ଅଞ୍ଚଳର କବିରାଜ ଜେନା, ଚୌଧୁରୀ ସନ୍ତୋଷ କୁମାର ଦାସ, ଲକ୍ଷ୍ମୀସାଗର ଅଞ୍ଚଳର ରଞ୍ଜିତ କୁମାର ଦାସ, ପୁରୀ ଜିଲ୍ଲା ବଡ଼ଶଙ୍ଖ ଅଞ୍ଚଳର ଜେ ଶିବ ପ୍ରସାଦ ରାଓ, କୁମ୍ଭାରପଡ଼ା ଅଞ୍ଚଳର ଯୁଧିଷ୍ଟିର ମହାନ୍ତି, ଯାଜପୁର ଜିଲ୍ଲା ଯଦୁପୁର ଥାନା ଅଞ୍ଚଳର ରାଧାଶ୍ୟାମ ଦାସ ଓ ପଶ୍ଚିମବଙ୍ଗର ସୁଗାନ ରଜତ୍‌।
ପୁଲିସ ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ୟୁନିଟ୍‌-୧ ସ୍ଥିତ ଆଖଣ୍ଡଳମଣି ମନ୍ଦିର ନିକଟରେ ଥିବା ଏକ ଘରେ ଜୁଆ ଆଡ୍ଡା ଚାଲିଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସର ଏକ ଟିମ୍‌ ତୁରନ୍ତ ସେଠାରେ ପହଞ୍ଚି ଚଢ଼ଉ କରିଥିଲା। ପୁଲିସକୁ ଦେଖି ସେଠାରେ ଥିବା କେତେଜଣ ଜୁଆଡ଼ି ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ସେଠାରୁ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଜୁଆଡ଼ିମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର