ଖଣ୍ଡଗିରି: ଦାଦାବଟି ପାଇଁ ଜଣେ ଡାକ୍ତରଙ୍କ ନିର୍ମାଣାଧୀନ ଘରେ ବ୍ୟାପକ ଭଙ୍ଗାରୁଜା କରି ୨ ବର୍ଷ ହେଲା ଫେରାର୍ ଥିବା ଜଣେ ଅଭିଯୁକ୍ତକୁ ଆଜି ଖଣ୍ଡଗିରି ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଡୁମୁଡୁମା ଫେଜ୍-୨ରେ ରହୁଥିବା ପ୍ରଶାନ୍ତ କୁମାର ମହାନ୍ତି ଓରଫ୍ ବିକି(୨୫)। ପୁଲିସ ତାକୁ ଆଜି ପୂର୍ବାହ୍ଣରେ ଯଦୁପୁର ଅଞ୍ଚଳରୁ ଗିରଫ କରିଥିିଲା। ପୁଲିସ ସୂଚନାନୁସାରେ ୨୦୧୬ ମସିହାରେ ଆଇଗିଣିଆ ଅଞ୍ଚଳରେ ଡାକ୍ତର ଅଶୋକ ମହାନ୍ତି ଏକ ନୂତନ ଘର ନିର୍ମାଣ କରୁଥିଲେ। ବିଜୟ ପାଣ୍ଡିଆ ତାଙ୍କ ଘରର ଜଗାରଖା ଦାୟିତ୍ୱରେ ଥିଲେ। ତେବେ ଏହି ପ୍ଲଟଟି ବିବାଦୀୟ ବୋଲି ଦାବି କରି ସ୍ଥାନୀୟ ଅଞ୍ଚଳର କିଛି ଲୋକ ତାଙ୍କୁ ନିର୍ମାଣ କାମରେ ବହୁ ହଇରାଣ କରୁଥିବା ନେଇ ସେ ଖଣ୍ଡଗିରିି ଥାନାରେ ଅଭିଯୋଗ କରିଥିଲେ। ବଟି ପାଇଁ ପ୍ଲଟଟି ବିବାଦୀୟ ବୋଲି ସେମାନେ ମିଛ ଅଭିଯୋଗ କରି ଡାକ୍ତରଙ୍କୁ ହଇରାଣ କରୁଥିଲେ। ବଟି ପାଇବାରେ ବିଫଳ ହେବା ପରେ ସେମାନେ ରାତିରେ ଉକ୍ତ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ମାମଲାରେ ପୁଲିସ ସେତେବେଳେ ଛବି ଭୋଇ, ମହେଶ୍ୱର ଭୋଇ ଓ ଯୁଧିଷ୍ଠିର ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ବିକି ଫେରାର୍ ହୋଇଯାଇଥିଲା।
୨ ବର୍ଷର ଫେରାର୍ ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2018/05/arrested-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)