ଗାଈ ଚୋରି ମାମଲାରେ ୨ ଗିରଫ

ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ଗାଈ ଚୋରି ମାମଲାରେ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ବାଲିଅନ୍ତା ଅଞ୍ଚଳରେ ରହୁଥିବା ତପସିଲଭୁକ୍ତ ଜନଜାତିର ଦିବ୍ୟାଙ୍ଗ ବାବୁଲି ପାତ୍ର (୩୨) ଓ ମାନସ ବେହେରା ( ୨୬ ) । ଘଟଣାସ୍ଥଳରୁ ପୁଲିସ ଦୁହିଁଙ୍କୁ ଗିରଫ କରି ପଚରାଉଚରା କରିବା ପରେ ସେମାନେ ଏହା ମାନି ଯାଇଥିଲେ। ଗତ ୨୭ ତାରିଖ ବିଳମ୍ବିତ ରାତିରେ ବାଲିଅନ୍ତାରେ ଟାଟା ଏସ୍‌ ଲଗାଇ ଗାଈ ଚୋରି କରିବା ବେଳେ ସ୍ଥାନୀୟ ଲୋକ ଜଣକୁ ଧରି ନିର୍ଧୁମ୍‌ ଛେଚି ପୁଲିସ୍‌ରେ ଦେଇଥିଲେ। ପରଦିନ ପୁଲିସ ଅନ୍ୟ ସହଯୋଗୀ ଯୁବକକୁ ଟଙ୍କପାଣିରୁ ଉଠାଇ ନେଇଥିଲା। ତେବେ ଉଭୟଙ୍କ ଜାମିନ ଆବେଦନ ନାମଂଜୁର ହୋଇଯିବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏସଂକ୍ରାନ୍ତରେ ବାଲିଅନ୍ତା ଥାନାରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର