ଧରାପଡ଼ିଲେ ୨ ଲୁଟେରା

ଇ-କାର୍ଟ ସେଲ୍ସମ୍ୟାନ୍‌ଙ୍କୁ ମାଡ଼ମାରି ଲକ୍ଷାଧିକ ଟଙ୍କାର ଜିନିଷ ଲୁଟ୍‌

ଭୁବନେଶ୍ୱର: ଅନ୍‌ ଲାଇନ୍‌ ସପିଂ ସଂସ୍ଥା ଇ-କାର୍ଟ ସେଲ୍ସମ୍ୟାନ୍‌ଙ୍କୁ ମାଡ଼ ମାରି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଚୋରି ଅଭିଯୋଗରେ ନୂଅପାଲ୍ଲୀ ଥାନା ପୁଲିସ ୨ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ନୂଆପଲ୍ଲୀ ଗଡ଼ସାହି ଅଞ୍ଚଳର ନିହାର ରଞ୍ଜନ ନାୟକ ଓରଫ ଟିକନ (୨୬) ଓ ଜଟଣୀ ଥାନା ଅଧୀନ ଯାଁଳା ଅଞ୍ଚଳର ଅଭୟ କୁମାର ନାୟକ ଓରଫ ଟୁଲୁ (୨୬)। ପୁଲିସ ସେମାନଙ୍କଠାରୁ ସ୍କୁଟି, ୬ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ଲାପଟପ୍‌, କ୍ୟାମେରା, ସ୍ୱାଇପ୍‌ ମେସିନ୍‌ ଏବଂ ବହୁ ଜିନିଷପତ୍ର ଜବତ କରିଛି।

ପୁଲିସ ସୂଚନା ମୁତାବକ, ଗତ ଅକ୍ଟୋବର ୧୦ ତାରିଖରେ ଇ-କାର୍ଟର ସେଲ୍ସମ୍ୟାନ୍‌ ସଞ୍ଜୟ ଜେନା ବ୍ରିଟ୍‌ କଲୋନି ଏମ୍‌ଆଇଜିଏ/୨୭ରେ ବାଇକ୍‌ ପାର୍କିଂ କରି ପାର୍ସଲ ଡେଲିଭରି କରୁଥିଲେ। ଏହି ସମୟରେ ଟିକନ ଓ ଟୁଲୁ ଏକ ବିନା ନମ୍ବର ସ୍କୁଟିରେ ଆସି ସେଠାରେ ଚକ୍କର କାଟିଥିଲେ। ହେଲେ ସଞ୍ଜୟ ସେମାନଙ୍କ ଉଦ୍ଦେଶ୍ୟ ଜାଣିପାରି ନ ଥିଲେ। ସଞ୍ଜୟଙ୍କ ଅନ୍ୟମନସ୍କତାର ସୁଯୋଗ ଦୁହେଁ ସଞ୍ଜୟ ପାର୍ସଲ ବ୍ୟାଗ୍‌ ନେଇ ଯାଇଥିଲେ। ସେମାନଙ୍କୁ ସଞ୍ଜୟ ଧରିବା ପାଇଁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ। ଟୁକୁନା ଓ ଟୁଲୁ ସଞ୍ଜୟଙ୍କୁ ନିସ୍ତୁକ ମାଡ଼ ମାରି ବ୍ୟାଗ୍‌ ନେଇଯାଇଥିଲେ। ଏ ନେଇ ସଞ୍ଜୟ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଦୁଇ ଲୁଟେରାଙ୍କ ମୋବାଇଲ୍‌ ଟ୍ରାକିଂ କରି ପୁଲିସ ସେମାନଙ୍କ ଠକଣା ଠାବ କରିଥିଲା।। ୟୁନିଟ୍‌-୮ ଅଞ୍ଚଳର ଏକ ଦୋକାନରେ ମୋବାଇଲ୍‌ ବିକ୍ରି କରୁଥିବା ସମୟରେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା। ସେଠାରୁ ପୁଲିସ ୬ଟି ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌ ଓ କ୍ୟାମେରା ଜବତ କରିଥିଲା। ଏହାପରେ ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା ପରେ ଅନ୍ୟ ସମସ୍ତ ଜିନିଷ ଫେରାଇଥିଲେ। ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ସମ୍ବନ୍ଧିତ ଖବର