ଋଣ ଟଙ୍କା ଫେରେଇବାକୁ କହିବାରୁ ପୂଜକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଆର୍‌ସି

ମୁମ୍ବାଇ: ରିଅଲିଟି ସୋ’ ‘ବିଗ୍‌ ବସ୍‌’ରୁ ଲୋକପ୍ରିୟତା ସାଉଁଟିବାରେ ଲାଗିଲେ ମଡେଲ୍‌ ଆର୍‌ସି ଖାନ୍‌। ଯାହା ବି ହେଉ ‘ବିଗ୍‌ ବସ୍‌’ ହାଉସ୍‌ରେ ରହିବା ସମୟରେ ସେ ଗୁଡ଼ାଏ ବିବାଦରେ ଦେଖିବାକୁ ମିଳିଥିଲେ।

ଏକ ଅଗ୍ରଣୀ ଗଣମାଧ୍ୟମ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଆର୍‌ସି ଏବେ ଏକ ନୂଆ ବିବାଦରେ। ଆର୍‌ସିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଏକ ମନ୍ଦିରର ପୂଜକ ପଣ୍ଡିତ ରମେଶ ଜୋଶି। ପଣ୍ଡିତ ଅଭିଯୋଗ ଆଣିଛନ୍ତି ଯେ ଆର୍‌ସି ତାଙ୍କଠାରୁ ୨ ବର୍ଷ ତଳେ ଯେଉଁ ଟଙ୍କା ଉଧାର ନେଇଥିଲେ ତାହାକୁ ଫେରାଇ ନାହାନ୍ତି।

ଆର୍‌ସି ଖାନ୍‌ ପଣ୍ଡିତଙ୍କଠାରୁ ୪୦,୦୦୦ ଉଧାର ନେଇଥିଲେ। ଜୋଶି ବାରମ୍ବାର ଅନୁରୋଧ କରିବା ପରେ ବି ସେ ତାଙ୍କ ଟଙ୍କା ଫେରାଇଲେ ନାହିଁ।

ରମେଶ ଜୋଶି ଜଣାଇଛନ୍ତି ଯେ ୨୦୧୫ ମସିହା ଡିସେମ୍ବର ୫ ତାରିଖରେ ଆର୍‌ସି ତାଙ୍କ ମନ୍ଦିରକୁ ଆସିଥିଲେ। ସେଠାକୁ ଆସି ତାଙ୍କ ପର୍ସ ଏବଂ ମୋବାଇଲ୍‌ ଚୋରି ହୋଇଯାଇଥିବା କଥା କହିଥିଲେ। ତା’ପରେ ସେ ପଣ୍ଡିତଙ୍କୁ କିଛି ଟଙ୍କା ଧାର ମାଗିଥିଲେ। ରମେଶ ତାଙ୍କୁ ୪୦,୦୦୦ ଟଙ୍କା ଦେଇଥିଲେ। ତା’ପରେ ଆର୍‌ସି ଆଉ ସେ ମନ୍ଦିରକୁ ଆସିଲେ ନାହିଁ। ରମେଶ ବାରମ୍ବାର କଲ୍‌ କରିବାରୁ ସେ ଫୋନ୍‌ ଉଠାଇବା ବି ବନ୍ଦ କରି ଦେଲେ।

ଜୋଶି କହିଛନ୍ତି, ‘ଆର୍‌ସି ମୋ ଝିଅ ପରି। ମୁଁ ତାକୁ ବିଶ୍ୱାସରେ ଟଙ୍କା ଦେଲି ମାତ୍ର ସେ ମୋ ବିଶ୍ୱାସ ରଖିଲା ନାହିଁ। ମୋ ଟଙ୍କା ଫେରିବା ପାଇଁ ପୁଲିସ୍‌କୁ ସୂଚୀତ କରିିଛି।’

ଅନ୍ୟପକ୍ଷରେ ଆର୍‌ସି ଜୋଶିଙ୍କ ନାମରେ ଭିନ୍ନ ଅଭିଯୋଗ ଆଣିଛନ୍ତି। ଜୋଶି ତାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ବୋଲି ଆର୍‌ସି ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଅଭିଯୋଗରେ କହିଛନ୍ତି କି ରମେଶ ଯୋଶି ତାଙ୍କୁ ସର୍ବସମ୍ମୁଖରେ ଝିଅ ବୋଲି କହୁଥିଲେ ବି ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ।

ସମ୍ବନ୍ଧିତ ଖବର