ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଜମାଗଡ଼ ଜିଲ୍ଲାରେ ଜଣେ ଅଜଣା ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ଅଭିଯୋଗ ଆଣି କହିଛନ୍ତି ଯେ ସେ ଅଭିଯୁକ୍ତଙ୍କ ଗାଡ଼ିକୁ ଓଭର୍ଟେକ୍ କରିବାରୁ ଅଭିଯୁକ୍ତ ତାଙ୍କ ଉପରକୁ ଗୁଳି ଚଳାନା କରିଥିଲେ। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଯାବତ୍ କେହି ଗିରଫ ହୋଇନାହାନ୍ତି।
Azamgarh: A man was allegedly shot at by a group of people at his house after he entered into an argument with them over the issue of vehicle overtaking. SP(Azamgarh Rural)says "He says that the accused followed him to his house & then shot at him.We're investigating the matter." pic.twitter.com/aJ0qeTuigY
— ANI UP (@ANINewsUP) October 29, 2019
ଏହି ଘଟଣା ସଂପର୍କରେ ଆଜମାଗଡ଼ ପୁଲିସ୍ ସୁପରିଟେଣ୍ଡେଣ୍ଟ୍ କହିଛନ୍ତି, ‘ଅଭିଯୁକ୍ତ ଗାଡ଼ିକୁ ଓଭର୍ ଟେକ୍ କରିବାକୁ ବ୍ୟକ୍ତି ଜଣଙ୍କୁ ଏକ ଦଳର ଲୋକ ମିଶି ଗୁଳି କରିଥିଲେ। ତେବେ, ଆଶ୍ଚର୍ଯ୍ୟର କଥା ହେଉଛି ଅଭିଯୁକ୍ତ ଓ ତା’ର ସହଯୋଗୀମାନେ ପୀଡ଼ିତ ବ୍ୟକ୍ତିଙ୍କ ପିଛା କରି ଯାଇ ତାଙ୍କ ଘରେ ପଶି ତାଙ୍କ ଉପରକୁ ଗୁଳି ଚାଳନା କରିଛନ୍ତି।