ୟୁପି: ରାସ୍ତାରେ ଜଣେ ବ୍ୟକ୍ତି ଓଭର୍‌ ଟେକ୍‌ କରିବାରୁ ପିଛା କରି ଘରେ ପଶି ଗୁଳି ମାରିଲେ ଦୁର୍ବୃତ୍ତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଜମାଗଡ଼ ଜିଲ୍ଲାରେ ଜଣେ ଅଜଣା ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ଅଭିଯୋଗ ଆଣି କହିଛନ୍ତି ଯେ ସେ ଅଭିଯୁକ୍ତଙ୍କ ଗାଡ଼ିକୁ ଓଭର୍‌ଟେକ୍‌ କରିବାରୁ ଅଭିଯୁକ୍ତ ତାଙ୍କ ଉପରକୁ ଗୁଳି ଚଳାନା କରିଥିଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଯାବତ୍‌ କେହି ଗିରଫ ହୋଇନାହାନ୍ତି।

ଏହି ଘଟଣା ସଂପର୍କରେ ଆଜମାଗଡ଼ ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ କହିଛନ୍ତି, ‘ଅଭିଯୁକ୍ତ ଗାଡ଼ିକୁ ଓଭର୍‌ ଟେକ୍‌ କରିବାକୁ ବ୍ୟକ୍ତି ଜଣଙ୍କୁ ଏକ ଦଳର ଲୋକ ମିଶି ଗୁଳି କରିଥିଲେ। ତେବେ, ଆଶ୍ଚର୍ଯ୍ୟର କଥା ହେଉଛି ଅଭିଯୁକ୍ତ ଓ ତା’ର ସହଯୋଗୀମାନେ ପୀଡ଼ିତ ବ୍ୟକ୍ତିଙ୍କ ପିଛା କରି ଯାଇ ତାଙ୍କ ଘରେ ପଶି ତାଙ୍କ ଉପରକୁ ଗୁଳି ଚାଳନା କରିଛନ୍ତି।

ସମ୍ବନ୍ଧିତ ଖବର