ସାମାନ୍ୟ ଘଟଣାକୁ ନେଇ ଦୁଇଜଣ ଯୁବକ ଭିଡ଼ ହିଂସାର ଶିକାର; ଜଣେ ମୃତ

ଗୌହାଟି: ଗତ ଶନିବାର ଆସାମର ଜୋରହାଟ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପାଖାପାଖି ୫୦ଜଣ ଲୋକ ଦୁଇଜଣ ବ୍ୟକ୍ତିଙ୍କୁ ଘେରି ଯାଇ ମାରଧର କରିଥିଲେ। ଏହି ଭିଡ଼ ହିଂସାର ଶିକାର ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଦେବାଶିଷ ଗୋଗୋଇ ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, କରୋନାଭାଇରସ୍‌ ଲକ୍‌ଡାଉନ୍‌ ସମୟରେ ଦୁଇଜଣ ଯୁବକ ଦେବାଶିଷ ଗୋଗୋଇ ଓ ଅଦିତ୍ୟ ଦାସ୍‌ ଏକ ମଟରସାଇକେଲ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ମାରିଆନି ସହରସ୍ଥିତ ଚା’ ବଗିଚା ନିକଟରେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଦେଇଥିବାରୁ ଦୁଇଜଣ ମହିଳାଙ୍କୁ ଧକ୍କା ଦେଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟଲୋକ ଉତକ୍ଷିପ୍ତ ହୋଇ କିଛି ନବୁଝି ନଶୁଣି ଦୁଇଜଣ ବ୍ୟକ୍ତିଙ୍କୁ ଘେରି ନିସ୍ତୁକ ମାଡ଼ ମାରିଥିଲେ।

'Brutal' Mob Attacked 2 Young Men In Assam's Jorhat District, Killed 1

ଏଥିରେ ଦେବାଶିଷ ଗୋଗୋଇ ଓ ଆଦିତ୍ୟ ଦାସ୍‌ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଉତକ୍ଷିପ୍ତ ଲୋକଙ୍କ କବଳରୁ ଗୁରୁତର ଅବସ୍ଥାରେ ଦେବାଶିଷଙ୍କୁ ଡାକ୍ତରଖାନ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସୌଭାଗ୍ୟବଶତଃ ଏହି ଆକ୍ରମଣରେ ଆଦିତ୍ୟର ଜୀବନ ବଞ୍ଚି ଯାଇଛି। ଡାକ୍ତରଖାନାରେ ଆଦିତ୍ୟର ଚିକିତ୍ସା ଚାଲିଛି। ଦେବାଶିଷ ଓ ଆଦିତ୍ୟ ଧକ୍କା ଦେଇଥିବା ମହିଳାଙ୍କୁ ସାମାନ୍ୟ ଆଘାତ ବି ଲାଗି ନାହିଁ।

ପୁଲିସ ଅଧିକାରୀଙ୍କ କହିବାନୁସାରେ, ଖବର ପାଇ ଆମେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଦେବାଶିଷଙ୍କ ପରିବାରଲୋକ ଦୁହିଁଙ୍କୁ ଉଦ୍ଧାର କରି ଜୋରହାଟ ହସ୍‌ପିଟାଲ୍‌କୁ ନେଇ ଯାଇଥିଲେ। ଏହି ଭିଡ଼ ହିଂସାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରାଯାଇଛି। ଆଗାମୀ ଯାଞ୍ଚ ଜାରି ରହିଛି।

ସମ୍ବନ୍ଧିତ ଖବର