ବୁର୍ଖା ବଦଳରେ ଜିନ୍ସ ପିନ୍ଧି ଯାଇଥିବା ଜଣେ ଯୁବତୀଙ୍କୁ ଦୋ‌କାନୀଙ୍କ ମାଡ଼

ଆସାମ: ଆସାମର ବିଶ୍ବନାଥ ଜିଲ୍ଲାରେ ବୁର୍ଖା ବଦଳରେ ଜିନ୍ସ ପିନ୍ଧି ଯାଇଥିବାରୁ ଜଣେ ଯୁବତୀଙ୍କୁ ମାଡ଼ମାରିବା ସହିତ ଦୋକାନରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଜଣେ ଯୁବତୀ ଜିନ୍ସ ପିନ୍ଧି ମୋବାଇଲ ଫୋନ ଉପକରଣ ବିକ୍ରି ହେଉଥିବା ଦୋକାନକୁ ଯାଇଥିଲେ। ଏହି ସମୟରେ ଦୋକାନୀ ଯୁବତୀଙ୍କୁ ଅସମ୍ମାନ କରିବା ସହିତ ମାଡ଼ମାରି ଦୋକାନରୁ ଧକ୍କା ଦେଇ ବାହାର କରି ଦେଇଥିଲେ। ଯୁବତୀଙ୍କ ପରିବାର ଲୋକେ ଯେତେବେଳେ ବିରୋଧ କରିଥିଲେ, ଦୋକାନୀ ଯୁବତୀଙ୍କ ବାପାଙ୍କୁ ବି ମାଡ଼ ମାରିଥିଲେ।

ଏହି ଘଟଣାକୁ ନେଇ ପୁଲିସ ଅଧ୍ୟକ୍ଷକ ଲେନା ଡୋଲି କହିଛନ୍ତି, ଯୁବତୀ ଗତ ସପ୍ତାହରେ ଚରିୟାଲିସ୍ଥିତ ଏକ ମୋବାଇଲ ଦୋକାନକୁ ଇୟରଫୋନ କିଣିବାକୁ ଯାଇଥିଲେ। କିନ୍ତୁ ଦୋକାନୀ ନୁରୁଲ ଅମୀନ ଯୁବତୀଙ୍କୁ ଇୟରଫୋନ ଦେବାକୁ ମନା କରି ଦେଇଥିଲା। ଏଥିସହିତ ଯୁବତୀଙ୍କୁ ଦୋକାନରୁ ବାହାର କରି ଦେବା ସହିତ ଚରିତ୍ରହୀନ ବୋଲି ବି କହିଥିଲେ। ଏହି ଘଟଣାପରେ ଦୋକାନୀଙ୍କୁ ପୁଲିସ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି।

ଯୁବତୀ କହିଛନ୍ତି, ଇୟରଫୋନ କିଣିବାକୁ ମୁଁ ଯେତେବେ‌ଳେ ଦୋକାନକୁ ଯାଇଥିଲି ଦୋକାନରେ ଜଣେ ବୃଦ୍ଧ ବସିଥିଲେ। ସେ ମୋତେ ଦେଖି ବିରକ୍ତ ହୋଇଯାଇଥିଲେ। ଆଉ କହିଥିଲେ ସେ ଇୟରଫୋନ ଦେଇ ପାରିବେ ନାହିଁ। ଆଉ ତାଙ୍କ ଦୋକାନକୁ ଆସିବାକୁ ମନା କରି ଦେଇଥିଲେ। କାରଣ ମୁଁ ବୁର୍ଖା ବଦଳରେ ଜିନ୍ସ ପିନ୍ଧିଥିଲି। ମୁଁ ଇୟରଫୋନ ପାଇଁ ଜିଦି କରିବାରୁ ସେ ମୋତେ ମାଡ଼ମାରି ଧକ୍କା ଦେଇ ଦୋକାନରୁ ବାହାର କରି ଦେଇଥିଲେ। ଏହି ଘଟଣା ସମ୍ପର୍କରେ ମୁଁ ଘରେ ଆସି କହିବାରୁ ବାପା ଉକ୍ତ ଦୋକାନକୁ ଯାଇଥିଲେ। ଦୋକାନରେ ପହଞ୍ଚି କ’ଣ ହୋଇଛି ବୋଲି ପଚାରିବାରୁ ଉକ୍ତ ବୃଦ୍ଧ ଦୋକାନୀ ଓ ତାଙ୍କର ଦୁଇପୁଅ ବାପାଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ।

ସମ୍ବନ୍ଧିତ ଖବର