ଉଦଲଗୁଡ଼ି: ଶନିବାର ଦିନ ତଳ ଆସାମର ଉଦଲଗୁଡ଼ି ଜିଲ୍ଲାରେ ଜଣେ ଶିକ୍ଷକ ଏବଂ ତାଙ୍କ ପରିବାର ଲୋକେ ନିଜ ଘରେ ଜଣେ ତିନି ବର୍ଷୀୟ ବାଳିକାକୁ ବଳି ଦେବାକୁ ଉଦ୍ୟମ କରିଥିଲେ, କିନ୍ତୁ ସ୍ଥାନୀୟ ଲୋକେ ହସ୍ତକ୍ଷେପ କରି ପୁଲିସ ଓ ଗଣମାଧ୍ୟମକୁ ସୂଚନା ଦେବାରୁ ସେମାନଙ୍କ ଯୋଜନା ବିଫଳ ହୋଇଗଲା।

Advertisment

ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରିବା ବେଳେ ପୁଲିସ ଚଳାଇଥିବା ଗୁଳି ଚୋଟରେ ସେ ଶିକ୍ଷକ ଏବଂ ତାଙ୍କ ପୁଅ ଆହତ ହୋଇଛନ୍ତି।

ଶିକ୍ଷକଙ୍କ ଘରୁ ଧୂଆଁ ଉଠିବା ଦେଖି ଗଣକପଡ଼ା ଗାଁ ଲୋକେ ପୁଲିସ ଓ ଗଣମାଧ୍ୟମକୁ ସୂଚନା ଦେବାରୁ ପରିସ୍ଥିତି ଭୟାବହ ହୋଇଉଠିଥିଲା।

ପୁଲିସ କହିବା ଅନୁସାରେ, ସ୍ଥାନୀୟ ଲୋକେ ଅଭିଯୋଗ କଲେ କି, ସେମାନେ ଶିକ୍ଷକଙ୍କ ଘରେ ପହଞ୍ଚି ଦେଖିଲେ, ଝିଅଟିକୁ ଯୂପବେଦୀରେ ବସାଇ ମହିଳାଙ୍କ ସମେତ ସେ ପରିବାରର ସଦସ୍ୟମାନେ ମନ୍ତ୍ରପାଠ ପୂର୍ବକ ବିବସନା ହେଉଛନ୍ତି।

publive-image Image Source: India Today

ଲମ୍ବା ଖଡ୍ଗଟାଏ ଧରି ଜଣେ ପୁରୋହିତ ପିଲାଟିରୁ ଶିରଚ୍ଛେଦନ କରିବାକୁ ଉଦ୍ୟତ ହେଉଛି।

ଗ୍ରାମବାସୀମାନେ ପିଲାଟିକୁ ଛାଡ଼ି ଦେବାକୁ ସେ ପରିବାରକୁ କହିଲେ, କିନ୍ତୁ ସେମାନେ ପୂର୍ବବତ୍‌ ମନ୍ତ୍ର ଉଚ୍ଚାରଣ କରି ଚାଲିଲେ ଏବଂ ପୁରୋହିତ କଟୁରି ଓ ଟାଙ୍ଗିଆରେ ଲୋକମାନଙ୍କୁ ହାଣି ପକାଇବାକୁ ଧମକ ଦେଲେ।

ପୁଲିସ ଓ ସାମ୍ବାଦିକମାନେ ହସ୍ତକ୍ଷେପ କରିବାରୁ ପରିବାରର ସଦସ୍ୟମାନେ ଟେକାପଥର ଓ ବାସନକୁସନ ପକାଇବା ସହ ମଟରସାଇକେଲ୍‌, କାର୍‌, ଟେଲିଭିଜନ ସେଟ୍‌ ଓ ଫ୍ରିଜ୍‌ ଆଦିରେ ନିଆଁ ଲଗାଇ ଦେଲେ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ପାଞ୍ଚ ରାଉଣ୍ଡ୍‌ ଗୁଳି ଚଳାଇ ସେ ପିଲାକୁ ଉଦ୍ଧାର କଲା।

ଗୁଳି ଚୋଟରେ ଶିକ୍ଷକ ଓ ତାଙ୍କ ପୁଅ ଆହତ ହୋଇଛନ୍ତି। ଝିଅଟି ଶିକ୍ଷକଙ୍କର ଶାଳୀଙ୍କର। ବଳି ପାଇଁ କୁଆେ’ ଝିଅର ବାପା ତା’ ମାଆର ଉପସ୍ଥିତିରେ ଶିକ୍ଷକଙ୍କୁ ଦେଇଥିଲେ।

ପୁରୋହିତ ଏବଂ ପରିବାରର ଅନ୍ୟଲୋକଙ୍କୁ ପୁଲିସ ଅଟକ ରଖିଛି।