ଅନୈତିକ ସଂପର୍କ ଧରାପଡ଼ିବାରୁ ରାତି ସାରା ପ୍ରେମୀ ଯୁଗଳଙ୍କୁ ପିଟିଲେ ଗ୍ରାମବାସୀ, ମହିଲାଙ୍କୁ କଲେ ଲଣ୍ଡା

ଗୌହ୍ଵାଟୀ: ଆସାମଠାରେ ଆଉ ଏକ ନୀତି ବିରୋଧୀ ଘଟଣା ଦେଖିବାକୁ ମିଳିଛି। ଆସାମ ନାଗାଓ ଜିଲ୍ଲାରେ ଜଣେ ଦମ୍ପତିଙ୍କୁ ଗ୍ରାମବାସୀ ରାତି ସାରା ବାଡ଼େଇବା ସହ ମହିଳାଙ୍କୁ ଲଣ୍ଡା କରି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ମୁତାବକ, ଉକ୍ତ ଦମ୍ପଶନିବାର ଝୁମୁରୁମୁର୍‌ଠାରେ ଘଟିଯାଇଛି। ଶନିବାର ଉକ୍ତ ଯୁଗଳଙ୍କୁ ପୁଲିସ୍‌କୁ ହସ୍ତାନ୍ତର କରାଯାଇଛି।

ଗ୍ରାମବାସୀମାନଙ୍କଠାରୁ ମାଡ଼ ଖାଇ ଗୁରୁତର ହେବା ପରେ ପ୍ରଥମରୁ ସେମାନଙ୍କୁ ସ୍ଥାନୀୟ କାଠିଆଟେଲି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ନାଗାଓଁରେ ଥିବା ଭୋଗେଶ୍ୱରୀ ଫୁକାନାନୀ ସିଭିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ମାସକ ଭିତରେ ଆସମରେ ଏହି ଘଟଣା ତୃତୀୟ ଥର ଲାଗି ଘଟିଛି। ପୂର୍ବରୁ ଦୁଇଟା ଘଟଣାରେ ଲୋକେ ଆଇନ୍‌କୁ ହାତକୁ ନେଇ ଏମିତି ମାର୍‌ଧର କରିଥିବା ସୂଚନା ରହିଛି। ଏହି ଘଟଣାର ପ୍ରାଥମିକ ତଦନ୍ତ ପରେ ପୁଲିସ୍‌ ଏମ ମାମଲା ରୁଜୁ କରିବ ବୋଲି ଜାଣିବାକୁ ମିଳିଛି।

ପୁଲିସ୍‌ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପୀଡ଼ିତ ମହିଳା ଓ ପୁରୁଷ ଭିନ୍ନ ୨ ଗ୍ରାମର। ସେମାନଙ୍କ ମଧ୍ୟରେ ଅନୈତିକ ସଂପର୍କ ରହିଥିଲା। ସେ ଦୁହିଁଙ୍କୁ ଗ୍ରାମବାସୀ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ଆଇନ୍‌କୁ ନିଜ ହାତକୁ ନେଇଥିଲେ।

ସମ୍ବନ୍ଧିତ ଖବର