ନୂଆଦିଲ୍ଲୀ : ଆସାମର ଲକ୍ଷ୍ମୀପୁରାରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ହୋଇଥିବା କଳହର ଦୁଃଖଦାୟକ ଅନ୍ତ ଘଟିଛି । ମଦୁଆ ସ୍ୱାମୀଠାରୁ ପ୍ରତିଦିନ ମାଡ଼ ଖାଇ ଖାଇ ସହିବାର ସୀମା ଟପି ଯାଇଥିଲେ ମହିଳା । ସବୁଦିନର ଏହି ସମସ୍ୟାକୁ ଶେଷ କରିବା ପାଇଁ ଅଭିଯୁକ୍ତ ମହିଳା ନିଜର ସ୍ୱାମୀଙ୍କ ମୁଣ୍ଡ ଶରୀରରୁ ଅଲଗା କରି ଦେଇଥିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ହତ୍ୟା ପରେ କଟା ମୁଣ୍ଡ ନେଇ ଅଭିଯୁକ୍ତ ମହିଳା ପୁଲିସ ଷ୍ଟେସନରେ ପହଞ୍ଚିବା ସହ ନିଜର ଦୋଷ ସ୍ୱୀକାର କରିଛନ୍ତି ।
Assam: A woman killed her husband on 28 May&reached police station in Lakhimpur with his severed head. Says “He used to beat me up&injure me with axe. Thought of leaving him but didn’t due to children.Had to do it or he would’ve killed me.” She was sent to judicial custody y’day. pic.twitter.com/BkyxdPzZMw
— ANI (@ANI) May 30, 2019
ପୁଲିସ ଦେଇଥିବା ସୂଚନା ମୁତାବକ, ୫ଜଣ ପିଲାର ମା’ ଗୁଣେଶ୍ୱରୀଙ୍କୁ ତାଙ୍କ ମୃତ ସ୍ୱାମୀ ମଦ ପିଇ ଆସି ମାରପିଟ୍ କରୁଥିଲେ । ଘରେ ଥିବା କୁରାଢ଼ୀ ବେଣ୍ଟରେ ମୃତ ସ୍ୱାମୀ ଗୁଣେଶ୍ୱରୀଙ୍କୁ ମାଡ଼ ମାରୁଥିବା ବେଳେ ଦିନେ ନା ଦିନେ ତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିବେ ବୋଲି ଭାବି ଡ଼ରି ଯାଇଥିଲେ ଗୁଣେଶ୍ୱରୀ । ମଙ୍ଗଳବାର ଗୁଣେଶ୍ୱରୀଙ୍କ ସ୍ୱାମୀ ପୁଣି ଥରେ ମଦ ପିଇ ଆସି କୁରାଢ଼ୀରେ ମାଡ଼ ମାରିବାରୁ ରାଗରେ ଗୁଣେଶ୍ୱରୀ ସେହି କୁରାଢ଼ୀରେ ତାଙ୍କୁ ସ୍ୱାମୀଙ୍କ ମୁଣ୍ଡ କାଟ କରି ଦେଇଥିଲେ ।