ଥାନାରେ ଏଏସ୍‌ଆଇଙ୍କ ପିଠି ମାଲିସ କରୁଛନ୍ତି ମହିଳା ହୋମଗାର୍ଡ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ତେଲେଙ୍ଗାନା ପୁଲିସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ସୃଷ୍ଟି କରିଛି। ଏହି ଭିଡିଓରେ ଜଣେ ପୁଲିସ କର୍ମଚାରୀ ମହିଳା ହୋମଗାର୍ଡ଼ଙ୍କ ଠାରୁ ମସାଜ ନେଉଥିବାର ଦେଖିବାକୁ ମିଳୁଛି। କୁହାଯାଉଛି ଏହି ଭିଡିଓ ୪/୫ମାସ ତଳର ବୋଲି, ଯାହାକୁ ଆର୍ମି ହେଡ କ୍ୱାର୍ଟରରେ ସୁଟ କରାଯାଇଛି।

ଏହି ଭିଡିଓଟି ତେଲେଙ୍ଗାନାର ଜୋଗୁଲମ୍ବା-ଗଡ଼ବାଲା ଜିଲ୍ଲାର ବୋଲି କୁହାଯାଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସକୁ ଯାଞ୍ଚ ଆଦେଶ ଦିଆଯାଇଥିଲା। ଏହି ଯାଞ୍ଚ ରିପୋର୍ଟରୁ ଜଣାପଡ଼ିଥିଲା କି, ମସାଜ ନେଉଥିବା ପୁଲିସ କର୍ମଚାରୀ ଜଣକ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ପଦରେ କାର୍ଯ୍ୟରତ ଓ ମସାଜ ଦେଉଥିବା ମହିଳା ହୋମଗାର୍ଡ ଭାବେ କାମ କରନ୍ତି।

ଭିଡିଓରେ ଏଏସ୍‌ଆଇ ଏକ କାଠ ଟେବୁଲରେ ଶୋଇଛନ୍ତି ଓ ମହିଳା ହୋମଗାର୍ଡ ତାଙ୍କ ପିଠି ମସାଜ କରୁଛନ୍ତି। ଏଏସଆଇ ସାହେବ ଶୋଇପଡ଼ିଥିବାର ମଧ୍ୟ ଭିଡିଓର ନଜର ଆସୁଛନ୍ତି। ତେବେ ସହାୟକ ସବ୍‌-ଇନ୍ସପେକ୍ଟର (ଏଏସ୍‌ଆଇ)ଙ୍କ ପିଠିରେ ଯନ୍ତ୍ରଣା ହେବାରୁ ସେ ବାଧ୍ୟ ହୋଇ ମହିଳା ହୋମଗାର୍ଡଙ୍କୁ ପିଠି ମାଲିସ୍‌ କରିବା ପାଇଁ ଏପରି କହିଥିବା କଥା ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର