ଲକ୍ଷ୍ନୌ: ୨୦୦୬ ମସିହାରେ ବିଏସପି ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ ଅପହରଣ ମାମଲାରେ ଉତ୍ତରପ୍ରଦେଶର ପ୍ରୟାଗରାଜ କୋର୍ଟ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ୍ ଅହମଦ, ତାଙ୍କ ଭାଇ ଖାଲିଦ ଆଜିମ ଏବଂ ଅନ୍ୟମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
୨୦୦୫ ମସିହା ଜାନୁଆରି ୨୫ ତାରିଖରେ ବିଏସପି ବିଧାୟକ ରାଜୁ ପାଲ୍ଙ୍କ ହତ୍ୟା ପରେ ତତ୍କାଳୀନ ଜିଲା ପଞ୍ଚାୟତ ସଦସ୍ୟ ଉମେଶ ପାଲ୍ ଏହି ହତ୍ୟାକାଣ୍ଡର ସାକ୍ଷୀ ବୋଲି ପୁଲିସକୁ କହିଥିଲେ।
ଉମେଶ ପାଲ୍ ଅଭିଯୋଗ କରିଥିଲେ ଯେ ସାକ୍ଷୀ ନଦେବାକୁ ତାଙ୍କୁ ଅତିକ୍ ଚାପ ପକାଇଥିଲେ। ମାତ୍ର ସେ ପଛକୁ ହଟିବାକୁ ମନା କରି ଦେଇଥିଲେ। ପରେ ତାଙ୍କୁ ୨୦୦୬ ମସିହା ଫେବ୍ରୁଆରି ମାସରେ ବନ୍ଧୁକ ମୁନରେ ଅପହରଣ କରାଯାଇଥିଲା। ତା’ପରେ ୨୦୦୭ ମସିହା ଜୁଲାଇ ୫ ତାରିଖରେ ତାଙ୍କ ଭାଇ ଅହମଦ ଏବଂ ଚାରି ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା।
ଫେବ୍ରୁଆରି ୨୪ରେ ଉମେଶ ପାଲ୍ଙ୍କୁ ତାଙ୍କ ପ୍ରୟାଗରାଜ ବାସଭବନ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆସରଫ୍ ଏକ ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ସେହିଦିନରୁ ସେ ୨ ଜଣ ଜେଲ୍ରେ ଥିଲେ।