ଏଟିଏମ୍‌କୁ ୧୦୦ଟଙ୍କା ବାହାର କରିବାକୁ ଯାଇଥିଲେ, ବାହାରିଲା ୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ନୂଆଦିଲ୍ଲୀ: ଏଟିଏମ୍‌ରୁ ଆମେ ଯେତିକି ଟଙ୍କା ବାହାର କରିବାକୁ ଚାହିଁବା ସେତିକି ଟଙ୍କା ହିଁ ବାହାରିଥାଏ। ବିହାରର ଜହାନାବାଦସ୍ଥିତ ପ୍ରଚୀନ  ଦେବୀ ମନ୍ଦିର ପାଖରେ ଥିବା ଇଣ୍ଡିୟାନ୍‌ ବ୍ୟାଙ୍କ୍‌ର ଏଟିଏମ୍‌ରେ ଗତ ଶୁକ୍ରବାର ଜଣେ ଗ୍ରାହକ ୧୦୦ଟଙ୍କା ବହାର କରିବା ପାଇଁ ବଟନ୍‌ ଦବାଇଥିଲେ କିନ୍ତୁ ୧୦୦ଟଙ୍କା ବଦଳରେ ବାହାରିଥିଲା ଦୁଇହଜାର ଟଙ୍କିଆ ନୋଟ।  ପ୍ରଥମେପ୍ରଥମେ ଏହି ଘଟଣା କାହାକୁ ବିଶ୍ୱାସ ହୋଇ ନଥିଲା। ଏହାପରେ ଅନେକଲୋକେ ଏଟିଏମ୍‌ ନିକଟରେ ପହଞ୍ଚି ଟଙ୍କା ବହାର କରିବାରେ ଲାଗିଥିଲେ। ଏହି ଘଟଣା ରାତି ୯ଟା ପର୍ଯ୍ୟନ୍ତ ଚାଲିଥିଲା। ଏଟିଏମ୍‌ରୁ ଦୁଇହଜାର ଟଙ୍କାର ୪୩୬ଟି ନୋଟ ବହାରିବା ପରେ ଯାଇ ଏହା ଥମି ଥିଲା। କୁହାଯାଉଛି କି ଇଞ୍ଜିନିୟର ଭୁଲବଶତଃ ହେତୁ ୧୦୦ଟଙ୍କା ରଖିବା ପ୍ଲେଟରେ ୨,୦୦୦ଟଙ୍କା ରଖି ଦେଇଥିଲେ।

ଏହି ଘଟଣାକୁ ନେଇ ଇଣ୍ଡିଆନ୍‌ ବ୍ୟାଙ୍କର ଶାଖା ପ୍ରବନ୍ଧକ ଅଭିଶେକ କୁମାର କହିଛନ୍ତି, ସର୍ଭିସିଂ ସମୟରେ ଇଞ୍ଜିନିୟରଙ୍କ ଦ୍ୱାରା କିଛି ତ୍ରୁଟି ହୋଇଯାଇଥିଲା। ଏଟିଏମ୍‌ରେ ରଖିବା ପାଇଁ ତିନିଟି କ୍ୟାସେଟ ରହିଥାଏ। ସବୁଠାରୁ ଉପରେ ଦୁଇହଜାର ନୋଟ ରଖାଯାଇଥାଏ। ଏହାପରେ ୫୦୦ ଓ ୧୦୦ଟଙ୍କା ନୋଟ। ତେବେ ଭୁଲବଶତଃ ଇଞ୍ଜିନିୟର ସବୁଠାରୁ ତଳ କ୍ୟାସେଟ୍‌ରେ ୨,୦୦୦ଟଙ୍କା ରଖି ଦେଇଥିଲେ। ଏମିତିରେ ଯେତେବେଳେ କୌଣସି ବ୍ୟକ୍ତି୧୦୦ଟଙ୍କା ବାହାର କରୁଥିଲେ ୨,୦୦୦ ଟଙ୍କା ବାହାରି ଯାଉଥିଲା। ଏଭଳି ତ୍ରୁଟି ହେତୁ ଯେଉଁଲୋକମାନେ ଏହି ଟଙ୍କା ନେଇଛନ୍ତି ସମସ୍ତଙ୍କଠାରୁ ଟଙ୍କା ହାସଲ କରଯିବ। ଏହି ଟଙ୍କାର ମୂଲ୍ୟ ପାଖାପାାଖି ୮,୭୨,୦୦୦ଟଙ୍କା ରହିଛି।

 

 

ସମ୍ବନ୍ଧିତ ଖବର