ବାଲିଅନ୍ତା : ଟଙ୍କା ଉଠାଇ ଦେବାକୁ କହି ୩୬ ହଜାର ନେଇଗଲା ଦୁର୍ବୃତ୍ତ

ବାଲିଅନ୍ତା : ଏଟିଏମ୍‌ କାର୍ଡରେ ଟଙ୍କା ଉଠାଇ ଦେବାକୁ କହି ଜଣେ ଯୁବକ ୩୬ ହଜାର ଟଙ୍କା ନେଇ ଫେରାର ହୋଇଯାଇଛି। ଲୁଟ୍‌ର ଶିକାର ହୋଇଥିବା ସଂପୃକ୍ତ ବରିଷ୍ଠ ନାଗରିକ ହେଲେ ବାଲିପାଟଣା ଥାନା ଅଧୀନ ଝିଣ୍ଟିଶାସନର ଧର୍ମାନନ୍ଦ ସ୍ବାଇଁ। ଏନେଇ ସେ ଆଜି ବାଳକାଟି ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ ଧର୍ମାନନ୍ଦ ତାଙ୍କ ପତ୍ନୀ ମିଲନ ସ୍ବାଇଁଙ୍କ ନାମରେ ବାଳକାଟି ସ୍ଥିତ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ୩୬ ହଜାର ଟଙ୍କା ଉଠାଇବାକୁ ଏଟିଏମ କାର୍ଡ ଭର୍ତ୍ତି କରି ଉଦ୍ୟମ କରିଥିଲେ। ହେଲେ ଟଙ୍କା ଉଠାଇ ପାରିନଥିଲେ। ସେଠାରେ ଛିଡ଼ା ହୋଇଥିବା ଜଣେ ଯୁବକ ସାହାଯ୍ୟ କରିବା ବାହାନାରେ ତାଙ୍କ ଠାରୁ ଏଟିଏମ କାର୍ଡ ନେଇ ୩୬ ହଜାର ଟଙ୍କା ଉଠାଇ ନେଇ ଚମ୍ପଟ ହୋଇଯାଇଥିଲା।

ସମ୍ବନ୍ଧିତ ଖବର