ଆଇନଜୀବୀଙ୍କୁ ଆକ୍ରମଣ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍‌

ଭୁବନେଶ୍ୱର: ଦୁଇ ବର୍ଷ ତଳେ ଜଣେ ଆଇନଜୀବୀଙ୍କୁ ହୋଇଥିବା ହତ୍ୟା ଉଦ୍ୟମ ମାମଲାର ଆଜି ରାୟ ପ୍ରକାଶ ପାଇଛି। ଭୁବନେଶ୍ୱର ସିଜେଏମ୍‌ କୋର୍ଟ ଅଭିଯୁକ୍ତ ରବୀନ୍ଦ୍ର ଭୋଇକୁ ୩ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଆଇନଜୀବୀ ଜିତେନ୍ଦ୍ର କୁମାର ଦାସଙ୍କୁ ବାଲିପାଟଣା ଥାନା ଅଧୀନ ବାଦଲପୁରଠାରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ୨୦୧୬ ଡିସେମ୍ବର ମାସ ୨ ତାରିଖ ସନ୍ଧ୍ୟାରେ ଆଇନଜୀବୀ ଜିତେନ୍ଦ୍ର କୋର୍ଟରୁ କାମ ସାରି ଗାଁକୁ ଫେରୁଥିଲେ। ଏହି ସମୟରେ ଅଭିଯୁକ୍ତ ରବୀନ୍ଦ୍ର ତାଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ଆଇନଜୀବୀ ଜିତେନ୍ଦ୍ର ଥାନାରେ ଅଭିଯୋଗ କରିବା ପରେ ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଅଭିଯୁକ୍ତ ରବୀନ୍ଦ୍ରକୁ ଗିରଫ କରିଥିଲା। ଆଜି ମାନ୍ୟବର ବିଚାରପତି ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଉପୋରକ୍ତ ରାୟ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ଆଇନଜୀବୀ ବିରେନ୍‌ କୁମାର ପଣ୍ଡା ଓ ବିଶ୍ୱନାରାୟଣ ମହାନ୍ତି।

ସମ୍ବନ୍ଧିତ ଖବର