କଟୁରିରେ ଯୁବକଙ୍କୁ ଆକ୍ରମଣ ଉଦ୍ୟମ, ଯୁବକ ଗିରଫ

ଭୁବନେଶ୍ୱର: କଟୁରି ଧରି ଜଣେ ଯୁବକଙ୍କୁ ଆକ୍ରମଣ ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା ନାଁ ପୃଥ୍ଵୀଦୀପ୍ତ ପଟ୍ଟନାୟକ (୪୧)। ଘର ଆଇଆରସି ଭିଲେଜ ଏନ ୬ ଅଞ୍ଚଳରେ। ସୂଚନାମୁତାବକ ଗତ ୨୫ ତାରିଖ ଦିନ ସାଲିଆସାହିର ପପୁନ ସାହୁ ନାମକ ଜଣେ ଯୁବକ ଗାନ୍ଧି ମାର୍କେଟରୁ କିଛି ଜିନିଷ କିଣିବାକୁ ଆସିଥିଲା। ଏହି ସମୟରେ ନିଶାସକ୍ତ ଅବସ୍ଥାରେ ପୃଥ୍ଵୀଦୀପ୍ତ ଆସି ବିନା କୌଣସି କାରଣରେ ପପୁନକୁ ଗାଳି କରିଥିଲା। ପପୁନ ବିରୋଧ କରିବାରୁ ସେ ଉତ୍ତ୍ୟକ୍ତ ହୋଇ ସାଙ୍ଗରେ ଆଣିଥିବା ଏକ କଟୁରିରେ ପପୁନକୁ ଆକ୍ରମଣ କରିଥିଲା। ଏନେଇ ପପୁନ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର