ଭୁବନେଶ୍ବର: ଜଣେ ଯୁବକଙ୍କୁ ଲୁହାରଡ୍ରେ ଆକ୍ରମଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଲୁହାରଡ୍ ଜବତ କରିଛି। ସେମାନେ ହେଲେ ନୂଆପଲ୍ଲୀ ଭୋଇସାହି ଅଞ୍ଚଳର ସଞ୍ଜୟ ବେହେରା ଓରଫ ଗୁଲି(୩୦) ଓ ବଳରାମ ବେହେରା ଓରଫ ବଳିଆ(୨୨)। ପୁଲିସ ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର ଅନିଲ ଭୋଇଙ୍କ ସହ ଯୁବକମାନଙ୍କର ବିବାଦ ଲାଗି ରହିଥିଲା। ସୋମବାର ଦିନ ଗଣେଶପୂଜାକୁ ନେଇ ଅନିଲ ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ କଥାକଟା କଟି ହୋଇଥିଲା। ଯୁକ୍ତିତର୍କ ପରେ ଅନିଲ ସେଠାରୁ ଚାଲିଆସିଥିଲେ। ଏହାପରେ ରାତି ପ୍ରାୟ ସାଢ଼େ ୧୦ଟା ସୟରେ ସେ ଭୋଇସାହି ପଡ଼ିଆ ନିକଟ ଏକ ଗ୍ୟାରେଜ୍ରେ ବସିଥିବା ସମୟରେ ହଠାତ୍ ଗୁଲି, ବଳିଆ ଓ ସେମାନଙ୍କ ସହଯୋଗୀ ସେଠାରେ ପହଞ୍ଚିଥିଲେ। ଅନିଲ କିଛି ବୁଝିବା ପୂର୍ବରୁ ଅଭିଯୁକ୍ତମାନେ ଲୁହାରଡ୍ରେ ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନିଲଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏକ ଘରୋଇ ହସ୍ପଟାଲ୍କୁ ପଠାଇଥିଲା। ଏନେଇ ଅନିଲ ଥାନାରେ ଅଭିଯୋଗ କରିଥିଲେ।
ଯୁବକଙ୍କୁ ଲୁହାରଡ୍ରେ ଆକ୍ରମଣ, ୨ ଗିରଫ
/sambad/media/post_attachments/wp-content/uploads/2019/09/Headmaster-arrested.jpg)
/sambad/media/agency_attachments/2024-07-24t043029592z-sambad-original.webp)