ଘରଭଡ଼ା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ, ବରିଷ୍ଠ ନାଗରିକ ଗିରଫ

ଭୁବନେଶ୍ବର: ଘରଭଡ଼ା ମାଗିବାରୁ ମାଲିକଙ୍କୁ ଟାଙ୍ଗିଆରେ ଆକ୍ରମଣ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ବରିଷ୍ଠ ନାଗରିକଙ୍କୁ ଗିରଫ କରିଛି। ସେ ହେଲେ, ଝାରଖଣ୍ଡ ଅଞ୍ଚଳର ଜସ୍‌ଜିତ୍ ସିଂ ସଭ୍ରବାୟା(୬୪)। ଏଠାରେ ଜୟଦେବ ବିହାର ଅଞ୍ଚଳରେ ରହୁଥିଲେ। ପୁଲିସ ସୂଚନା ମୁତାବକ, ୮ ମାସ ତଳେ ଜସ୍‌ଜିତ୍‌ ଚାକିରି ପାଇଁ ଝାରଖଣ୍ଡରୁ ଆସି ରାଜଧାନୀରେ ପହଞ୍ଚିଥିଲେ। ଚାକିରି ଖୋଜିବା ସମୟରେ ଘର ମାଲିକ ଅବନି ପଟ୍ଟନାୟକଙ୍କ ସହ ତାଙ୍କର ଭେଟ ହୋଇଥିଲା। ଜସ୍‌ଜିତ୍ ନିଜର ଦୁଃଖ ଜଣାଇବାରୁ ଅବନି ତାଙ୍କୁ ନିଜ ଘରେ ରହିବା ପାଇଁ କହିଥିଲେ। ତେବେ ଦୀର୍ଘ ଦିନ ରହିଥିଲେ ସୁଧା ନା ଜସ୍‌ଜିତ୍‌ ଚାକିରି କରି ନଥିଲେ କି ଘର ଛାଡ଼ିଥିଲେ। ଅବନି ଘରଭଡ଼ା ମାଗିବାରୁ ଆଜିକାଲି କହି ସେ ଦିନ ଗଡ଼ାଇ ଚାଲିଥିଲେ। ସୋମବାର ସନ୍ଧ୍ୟାରେ ଅବନି ତାଙ୍କୁ ଘର ଛାଡ଼ିବା ପାଇଁ କହିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ଜସ୍‌ଜିତ୍‌ ଏକ ଟଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର