ଯୁବକଙ୍କୁ ଆକ୍ରମଣ କରି ଲୁଟ୍‌

ଭୁବନେଶ୍ୱର : ଶୁକ୍ରବାର ମେଫେୟାର ନିକଟରେ ଦୁର୍ବୃତ୍ତମାନେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରି ସୁନା ହାର ଲୁଟ୍‌ କରି ନେଇଛନ୍ତି। ଏନେଇ ଲୁଟ୍‌ର ଶିକାର ହୋଇଥିବା ଦିଲ୍ଲୀପ ସାହୁ ଓ ଉମାକାନ୍ତ ଦଳେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଶୁକ୍ରବାର ଅପରାହ୍ଣ ପ୍ରାୟ ୫ଟାରେ ଦିଲ୍ଲୀପ ଓ ଉମାକାନ୍ତ ସପିଂ ପାଇଁ ପାଲହାଇଟ୍‌ସକୁ ଯାଉଥିଲେ। ମେ ଫେୟାର ରୋଡ୍‌ ନିକଟରେ ୫ଟି ବାଇକ୍‌ରେ ଜଗି ରହିଥିବା ୧୦ରୁ ଊର୍ଧ୍ୱ ଯୁବକ ହଠାତ୍‌ ଦିଲ୍ଲୀପ ଓ ଉମାକାନ୍ତଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଲୁହାରଡ୍‌, ପାଇକ୍‌ ଆଦି ଧରି ଉଭୟଙ୍କୁ ନିସ୍ତୁକ ମାଡ଼ମାରିବା ସହ ଉମାକାନ୍ତଙ୍କ ସୁନା ହାର ଛଡ଼ାଇ ନେଇଥିଲେ। ଯୁବକମାନଙ୍କ ଏଭଳି ଆକ୍ରମଣରେ ଉଭୟ ଉମାକାନ୍ତ ଓ ଦିଲ୍ଲୀପ ଜୀବନ ବିକଳରେ ମେଫେୟାର ଭିତରକୁ ପଶିଯାଇଥିଲେ। ତେବେ ସେଠାରେ ଥିବା ସିକ୍ୟୁରିଟିଗାର୍ଡ ଅଟକାଇବା ପରେ ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିଲେ। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଚିିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର