ପୁରୁଣା ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ମଇଁଷିଆ ଖାଲ ବସ୍ତିରେ ଜଣେ ଯୁବକକୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲା ସେହି ଥାନା ଅଧୀନ ଡି. ସୁବାସ ରାଓ(୨୫)। ପୁଲିସ ସୂଚନା ଅନୁଯାୟୀ ବସ୍ତିର ପପୁ ବାରିକ ସହ ସୁବାସ ଗତକାଲି ଝଗଡ଼ା ଲାଗିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସୁବାସ ପପୁଙ୍କୁ ଠେଙ୍ଗାରେ ମାଡ଼ ମାରି ଗୁରୁତର କରିଥିଲା। ଖବର ପାଇ ବଡ଼ଗଡ଼ ଥାନା ପୁଲିସ୍ ପପୁଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ଏନେଇ ଅଭିଯୋଗ ପରେ ପୁଲିସ ସୁବାସକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଯୁବକଙ୍କୁ ଆକ୍ରମଣ, ଜଣେ ଗିରଫ
/sambad/media/post_attachments/wp-content/uploads/2018/05/arrest-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)