ଭୁବନେଶ୍ୱର: ମଙ୍ଗଳବାର ରାତିରେ ମହର୍ଷି କଲେଜ୍ ରୋଡ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଡ଼ି ଧକ୍କା ଦେଇ ଜଣେ ଯୁବକଙ୍କୁ ଆହତ କରିବା ପରେ ଚିକିତ୍ସା କରାଇବାକୁ ନେଇ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଖବରପାଇ ପୁଲିସ୍ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରି ଆହତଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ହେଉଛି ଗ୍ୟାରେଜ୍ ଛକ ପ୍ଲଟ ନମ୍ବର ୨୯୨୦ର ବାସିନ୍ଦା ସରୋଜ କୁମାର ସାହୁ(୪୮)। ସେ ମଙ୍ଗଳବାର ରାତି ୯ଟା ବେଳେ କାର୍ରେ ବମିଖାଲ ଯାଉଥିବା ବେଳେ ମହର୍ଷି କଲେଜ୍ ଛକ ନିକଟରେ ପଟିଆ ବଜରଙ୍ଗ ବିହାରର ପ୍ରତାପ ବିଶ୍ୱାଳଙ୍କୁ ଧକ୍କା ଦେଇଥିଲା। ତାଙ୍କ ମୁହଁ, ଗୋଡ଼ ଓ ହାତରେ ଗୁରୁତର ଆଘାତ ଲାଗିଥିଲା। ସେଠାରେ ସ୍ଥାନୀୟ ଲୋକମାନେ ଘେରି ଯାଇଥିଲେ। କୌଣସି ଅଘଟଣ ଘଟିବା ପୂର୍ବରୁ ବା ଉତ୍ତ୍ୟକ୍ତ ଲୋକମାନେ ଗାଡ଼ି ଭାଙ୍ଗିଦେବା ପୂର୍ବରୁ ଅଭିଯୁକ୍ତ ଯୋଜନାବଦ୍ଧ ଭାବରେ ପ୍ରତାପଙ୍କୁ ଚିକିତ୍ସା କରିବା ପାଇଁ ନିଜ ଗାଡ଼ିରେ ବସାଇଥିଲେ। ମେଡିକାଲ ନେଉଥିବାରୁ ଲୋକାମନେ ତାଙ୍କୁ ଛାଡ଼ି ଦେଇଥିଲେ। ହେଲେ ମେଡିକାଲ ନେବା ପରିବର୍ତେ ସରେରାଜ ତାଙ୍କୁ ନିଜ ଘରକୁ ନେଇ ଯାଇଥିଲେ। ଘର ସାମ୍ନାରେ ପିଟିବା ଆରମ୍ଭ କରିଥିଲେ। ସରୋଜ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଲିଙ୍ଗରରାଜ ଥାନାରେ ଖବର ପହଞ୍ଚିଥିଲା। ପାଟ୍ରୋଲିଂ ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ପ୍ରତାପଙ୍କୁ ଉଦ୍ଧାର କରିବା ସହ ସରୋଜଙ୍କୁ ଧରିଥିଲା। ଘଟଣା ସହିଦନଗର ଥାନା ଅଧୀନରେ ଘଟିଥିବାରୁ ଅଭିଯୁକ୍ତକୁ ସହିଦ ନଗର ଥାନାକୁ ପଠାଇଥିଲା। ସହିଦନଗର ଥାନା ପୁଲିସ୍ ସରୋଜ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଭଳି ଏକ ଘଟଣା ସମଗ୍ର ରାଜଧାନୀରେ ଚର୍ଚାର ବିଷୟ ହୋଇଥିଲା।
ଚିକିତ୍ସା କରିବାକୁ ନେଇ ପିଟିଲେ
/sambad/media/post_attachments/wp-content/uploads/2018/04/attack-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)