ବାରଙ୍ଗ କାଳୀ ମଠର ରବି ବାବାଙ୍କୁ ପ୍ରାଣାନ୍ତକ ଆକ୍ରମଣ

ବାରଙ୍ଗ : ବାରଙ୍ଗ ଥାନା ଅଧୀନ ଦାଢ଼ାପାଟଣା ଗ୍ରାମର ଏବଂ ଦକ୍ଷିଣକାଳୀ ମଠର ରବି ମହାରଣା(୪୬) ଓରଫ୍‌ ରବି ବାବାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ବୁଧବାର ରାତିରେ ସେ ମଠ ପରିସର ନବଗ୍ରହ ମଣ୍ଡପରେ ଶୋଇଥିବା ବେଳେ କେହି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି। ତାଙ୍କ ଡାହାଣ ପାଖ ମୁଣ୍ଡ, ଆଖି ପତା ଓ ମୁହଁରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତି କରାଯାଇଛି। ଖବରପାଇ ପୁଲିସ ମଠ ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମଠ ପାଖ ପଡ଼ୋଶୀ ଶଙ୍କର ମାର୍ଣ୍ଡିଙ୍କୁ ପୁଲସ ଏ ନେଇ ପଚରାଉଚରା କରିଛି। ଶଙ୍କରଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ୧୦ଟା ବେଳେ ବାବା ଅଚାନକ ପଛ ପାଖ ବାଡ଼ ବାଟେ ତାଙ୍କ ଘର ଆଡ଼କୁ ଧାଇଁ ଆସିଥିଲେ। ସେ ରକ୍ତାକ୍ତ ଅବସ୍ଥାରେ ଥିଲେ। ତାଙ୍କୁ ଆମ୍ବୁଲାନ୍ସରେ କଟକ ମେଡିକାଲକୁ ପଠାଗଲା। ଶଙ୍କର ଓ ଗ୍ରାମବାସୀ କହିଛନ୍ତି, ବାବାଙ୍କର କେହି ଶତ୍ରୁ ନାହାନ୍ତି। ତେବେ କିଏ କାହିଁକି ତାଙ୍କୁ ଏପରି ଆକ୍ରମଣ କରିଛି ତାହା ଜଣାପଡ଼ୁନି। ବାବାଙ୍କ ପୁଅ ରାଜେନ୍ଦ୍ର ମହାରଣା ଏ ନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର