ବଡ଼ ଭାଇକୁ ମାଡ଼ ମାରି ସାନ ଗିରଫ

ଭୁବନେଶ୍ବର: ବଡ଼ଭାଇକୁ ମାଡ଼ମାରି କାନ ଛିଣ୍ଡାଇ ଦେବା ଓ ଲୁଟ୍‌ପାଟ୍‌ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ସାନ ଭାଇକୁ ଗିରଫ କରିଛି। ସେ ହେଲା କୋରଡ଼କଣ୍ଟା ଅଞ୍ଚଳର ଯୁଧିଷ୍ଠିର ବେହେରା(୩୩)। ପୁଲିସ ସୂଚନା ଅନୁଯାୟୀ ୨୫ ତାରିଖ ରାତିରେ ଅଜୟ ବେହେରା କୋରଡ଼କଣ୍ଟା ସ୍ଥିତ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଏହି ସମୟରେ ଯୁଧିଷ୍ଠିର ଏକ ଅଟୋରେ ଅଜୟଙ୍କୁ ଧକ୍‌କା ଦେଇଥିଲା। ସେ ତଳେ ପଡ଼ିଯିବା ପରେ ଯୁଧିଷ୍ଠିର ତାଙ୍କ କାନକୁ କାମୁଡ଼ି ଛିଣ୍ଡାଇ ଦେଇଥିଲା। ଏହାପରେ ତାଙ୍କ ବ୍ୟାଗ୍‌ରୁ ୧୦ ହଜାର ଟଙ୍କା ଓ ସୁନା ଚେନ୍‌ ନେଇଯାଇଥିଲା। ଏ ନେଇ ଅଜୟ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଆଜି ପୁଲିସ ଯୁଧିଷ୍ଠିରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର