ବ୍ୟବସାୟୀଙ୍କୁ ଆକ୍ରମଣ, ଜଗାବଳିଆ ଗିରଫ

ଖଣ୍ଡଗିରି: ଡୁମୁଡୁମା ରଘୁନାଥନଗରରେ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଆଜି ଖଣ୍ଡଗିରି ଥାନା ପୁଲିସ ଦୁଇ ଭାଇଙ୍କୁ ଗିରଫ କରିଛି। ସେମାନେ ହେଲେ, ରଘୁନାଥନଗରର ଜଗବନ୍ଧୁ ପାତ୍ର ଓରଫ୍ ଜଗା(୩୧) ଓ ବଳରାମ ପାତ୍ର ଓରଫ୍ ବଳିଆ(୩୦)। ପୁଲିସ ସୂଚନାନୁସାରେ, ଗତ ୩ ତାରିଖରେ ଦୁଇ ଭାଇ ସ୍ଥାନୀୟ ବଜାରରେ ସିମେଣ୍ଟ ଦୋକାନୀ ଭାଲୁ ପଟ୍ଟନାୟକଙ୍କୁ ଆକ୍ରମଣ କରି ଫେରାର୍ ହୋଇ ଯାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଭାଇ ଭାଲୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ପୂର୍ବରୁ ଏମାନେ ରଘୁନାଥନଗର ଗୋଷ୍ଠୀ ସଂଘର୍ଷ ମାମଲାରେ ପୁଲିସ ଉପରକୁ ଢ଼େଲାମାଡ଼ କରିଥିବା ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ଥିଲା।

ସମ୍ବନ୍ଧିତ ଖବର