ବ୍ୟବସାୟୀଙ୍କୁ ଆକ୍ରମଣ, ଯୁବକ ଗିରଫ

ଭୁବନେଶ୍ବର: ଦୋକାନ ସମ୍ମୁଖରେ ସ୍କୁଟି ରଖିବାକୁ ବିରୋଧ କରିବାରୁ ବ୍ୟବସାୟୀଙ୍କୁ ଆକ୍ରମଣ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, ଶ୍ରୀଲିଙ୍ଗରାଜ ଅଞ୍ଚଳର ସମୀର ନାୟକ(୨୪)। ଆଜି ପୁଲିସ ତାକୁ କୋର୍ଟ ଚାଲାଣ କରିଛି। ଶନିବାର ସନ୍ଧ୍ୟାରେ ସମୀର ୟୁନିଟ୍‌-୨ ମାର୍କେଟ୍‌ରୁ ଜିନିଷପତ୍ର କିଣାକିଣି କରିବାକୁ ଆସିଥିଲା। ଅକ୍ଷୟ ବେହେରାଙ୍କ ଦୋକାନ ସମ୍ମୁଖରେ ସ୍କୁଟି ରଖିବାକୁ ଯାଉଥିବା ସମୟରେ ଅକ୍ଷୟ ବିରୋଧ କରିଥିଲେ। ଏହାକୁ ନେଇ ଅକ୍ଷୟ ଓ ସମୀରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସମୀର ରାଗି ଯାଇ ଅକ୍ଷୟଙ୍କୁ ମାଡ଼ ମାରିଥିଲେ। ଫଳରେ ଅକ୍ଷୟ ଆହତ ହୋଇଥିଲେ। ଏନେଇ ଅକ୍ଷୟଙ୍କ ପତ୍ନୀ ଉମା ବେହେରା କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧିତ ଖବର