ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ପ୍ରତାପରୁଦ୍ରପୁର ପଞ୍ଚାୟତ ଆପଟ ସାହିରେ ଆଜି ପୂର୍ବାହ୍ନରେ ଜାଗା ବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଗୋଟିଏ ପରିବାର ପଡ଼ୋଶୀ ପରିବାରର ଦମ୍ପତିଙ୍କୁ ମାଡ଼ ମାରି ତାଙ୍କର ବଖରାଏ ଗରେ ନିଆଁ ଲଗାଇ ଦେବା ସହ ଆଜବେଷ୍ଟସ୍‌ ଓ ଘର ଇଟାକାନ୍ଥ ଭାଙ୍ଗି ଦେଇଛନ୍ତି। ଏ ସଂପର୍କରେ ମମତା ବେହେରା (୩୨) ନାମ୍ନୀ ଜଣେ ମହିଳା ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଦୀର୍ଘ ବର୍ଷ ଧରି ଏହି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିବା ଗ୍ରାମବାସୀମାନେ କହିଛନ୍ତି। ଆଜି ମମତା ନିଅଁ ଖୋଳି ଘର କାମ ଆରମ୍ଭ କରିବା କ୍ଷଣି ଗଣ୍ଡଗୋଳ ଆରମ୍ଭ ହୋଇଥିଲା।