ଗ୍ରାହକଙ୍କୁ ମାଡ଼, ୨ ଦୋକାନୀ ଗିରଫ

ଖଣ୍ଡଗିରି: ଜଣେ ଯୁବକଙ୍କୁ ପିଟି ପିଟି ହାତ ଭାଙ୍ଗି ଦେଇଥିବା ଅଭିଯୋଗରେ ମଙ୍ଗଳବାର ତମାଣ୍ଡୋ ଥାନା ପୁଲିସ କଳିଙ୍ଗବିହାର ବଜାରର ୨ଜଣ ଦୋକାନୀଙ୍କୁ ଗିରଫ କରିଛି। ସେମା‌ନେ ହେଲେ, ଘାଟିକିଆ ଅଞ୍ଚଳର ସଞ୍ଜୀବ କୁମାର ନନ୍ଦ ଓରଫ ଗୋପି(୩୭) ଓ ମଦନମୋହନ ପ୍ରଧାନ(୪୦)। ପୁଲିସ ସୂଚନାନୁସାରେ, ଗତ ରବିବାର ସନ୍ଧ୍ୟାରେ କଳିଙ୍ଗବିହାର କେ-୯ ଅଞ୍ଚଳର ଜ୍ୟୋତୀନ୍ଦ୍ର ବନ୍ଦୋପାଧାୟ(୨୭) ରୋଲ୍‌ କିଣିବା ପାଇଁ ମଦନ ଫାଷ୍ଟଫୁଡ୍‌ କାଉଣ୍ଟର୍‌କୁ ଯାଇଥିଲେ। ରୋଲ୍ ବରାଦ କରି ‌ଜ୍ୟୋତିନ୍ଦ୍ର ବହୁ ସମୟ ଅପେକ୍ଷା କରିଥିଲେ ମଧ୍ୟ ମଦନ ତାଙ୍କୁ ନ ଦେଇ ଅନ୍ୟମାନଙ୍କ ବରାଦ ପୂରଣ କରୁଥିଲେ। ଏଥିରେ ରାଗି ଯାଇ ଜ୍ୟୋତୀନ୍ଦ୍ର ସେଠାରୁ ରୋଲ୍ ନ କିଣି ଅନ୍ୟ ଦୋକାନକୁ ବାହାରିଥିଲେ। କିନ୍ତୁ ଯିବା ପୂର୍ବରୁ ରାଗରେ କିଛି କହି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମଦନ ଦୋକାନରୁ ବାହାରି ତାଙ୍କୁ ରାସ୍ତା ଉପରେ ମାଡ଼ ମାରିଥିଲା। ଜ୍ୟୋତିନ୍ଦ୍ର ବିରୋଧ କରିବା କରି ପାଲଟା ଆକ୍ରମଣ କରିବାରୁ ପାଖରେ ଦୋକାନ କରିଥିବା ଗୋପି ମଦନ ପାଇଁ ବାହାରି ପଡ଼ିଥିଲେ। ଉଭୟ ମିଳିତ ଭାବେ ଜ୍ୟୋତୀନ୍ଦ୍ରଙ୍କୁ ମାଡ଼ ମାରିଥିଲେ। ଆକ୍ରମଣକାରୀଦ୍ବୟ ଦୋକାନୀ ସ୍ଥାନୀୟ ଯୁବକ ହୋଇଥିବାରୁ ‌ଭୟ‌‌ରେ କେହି ସେମାନଙ୍କୁ ଅଟକାଇନଥିଲେ।

ସମ୍ବନ୍ଧିତ ଖବର