ଭୁବନେଶ୍ବର: ସୋମବାର ରାତିରେ ସହିଦନଗର ଥାନା ଅଧୀନ ଭିଏସଏସ ନଗର ଲେବଲ କ୍ରସିଂ ନିକଟରେ ୩ଜଣ ଯୁବକ ଏକ ବାଇକରେ ନଳିନୀ ରାଉତ ନାମକ ଜଣେ ଯୁବକଙ୍କୁ ହଠାତ ପଛରୁ ଧକ୍କା ଦେଇଥିଲେ। ସେ ତଳେ ପଡିଯିବାରୁ ସେମାନଙ୍କ ମଧ୍ୟରୁ ଦୁଇଜଣ ତାଙ୍କ ପାଖରୁ ଲୁଟପାଟ କରିଥିଲେ। ସେ ପ୍ରତିବାଦ କରିବା ସହ ଜଣକୁ କାବୁ କରଥିଲେ। ଧରା ପଡିଯିବା ଭୟରେ ଦୁର୍ବୃତ୍ତମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଖସିଯାଇଥିଲେ। ଏପରିକି ତାଙ୍କ ଗାଡ଼ି ଚାବି ମଧ୍ୟ ଛଡାଇ ନେଇଥିଲେ। ଲୁଟେରାମାନେ ଲୁଟ କରିବା ପରେ ଜାତୀୟ ରାଜପଥ ଆଡକୁ ପଳାଇଯାଇଥିଲେ। ଏନେଇ ନଳିନୀ ସହିଦନଗର ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଲୁଟେରାଙ୍କ ଟେର ପାଇପାରିନି। ନଳିନୀ ଏକ ଦୈନିକ ଖବରକାଗଜର ପ୍ରତିନିଧି। ସେ ଗତକାଲି ରାତିରେ କାର୍ଯ୍ୟାଳୟରୁ ଘରକୁ ଫେରୁଥିବାବେଳେ ଏଭଳି ଘଟଣା ଘଟିଥିଲା।
ସାମ୍ବାଦିକଙ୍କୁ ମାଡ଼ ମାରି ଲୁଟ୍
/sambad/media/post_attachments/wp-content/uploads/2019/11/loot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)