ଧାରୁଆ ଅସ୍ତ୍ରରେ ଶଳାକୁ ହାଣିଲା

ଭୁବନେଶ୍ୱର: ରବିବାର ବିଳମ୍ବିତ ରାତିରେ କଟକ ରୋଡ୍‌ରେ ଶଳାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି ଭିଣୋଇ। ଏଥିରେ ପ୍ରଦୀପ ପାତ୍ର ନାମ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏନେଇ ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ରାତି ପ୍ରାୟ ସାଢ଼େ ୧୦ଟାରେ ପ୍ରଦୀପ୍ତ କଟକ ରୋଡ୍‌ର ଏକ ରେସ୍ତୋରାଁରୁ ସାଙ୍ଗମାନଙ୍କ ସହ ଖାଇ ଝାରପଡ଼ାସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ପଛପଟୁ ଏକ ବାଇକ୍‌ରେ ଆସୁଥିବା ତାଙ୍କ ଭିଣୋଇ ରଞ୍ଜିତ୍‌ ଏକ ଧାରୁଆ ଅସ୍ତ୍ରରେ ପ୍ରଦୀପଙ୍କ ବେକକୁ ଚୋଟ ପକାଇଥିଲେ। ପ୍ରଦୀପ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ରଞ୍ଜିତ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପ୍ରଦୀପଙ୍କ ସାଙ୍ଗମାନେ ତାକୁ କାବୁ କରି ପୁଲିସକୁ ଫୋନ୍‌ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଦୀପଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ରଞ୍ଜିତକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର