ଭୁବନେଶ୍ବର: ଜଣେ ଯୁବକଙ୍କୁ କଟୁରିରେ ଆକ୍ରମଣ କରିବା ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ କଟୁରି ଜବତ କରିଛି। ସେ ହେଲା ଲକ୍ଷ୍ମୀସାଗର ବୁଧନଗର ବନଫୁଲବସ୍ତିର ଟିକିଆ ପ୍ରଧାନ(୨୪)। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର ଦିଲ୍ଲୀପ ରଥ ନାମକ ଜଣେ ଯୁବକଙ୍କ ସହ ଟିକିଆର ବିବାଦ ଲାଗି ରହିଥିଲା। ତେବେ ଗତ ୪ତାରିଖ ସନ୍ଧ୍ୟା ସମୟରେ ଦିଲ୍ଲୀପ ଘରୁ ବାହାରକୁ ବାହରୁଥିବା ସମୟରେ ଟିକିଆ ଓ ତାର ୩ ସହଯୋଗୀ ନିଶାସକ୍ତ ଅବସ୍ଥାରେ ଆସି ଗାଳିଗୁଲଜ କରିଥିଲେ। ଦିଲ୍ଲୀପ ଏହାର ପ୍ରତିବାଦ କରିବାରୁ ଟିକିଆ ଅଣ୍ଟାରୁ କଟୁରି କାଢ଼ି ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଦୁଇ ପାପୁଲି ଓ ବାହୁରେ ଚୋଟ ଲାଗିଥିଲା। ଦିଲ୍ଲୀପଙ୍କ ପାଟି ଶୁଣି ତାଙ୍କ ପରିବାର ଲୋକ ଓ ପଡ଼ୋଶୀ ଧାଇଁ ଆସିଥିଲେ। ତାଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଏକ ହସ୍ପିଟାଲ ନେଇଥିଲେ। ଆକ୍ରମଣ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଏନେଇ ଦିଲ୍ଲୀପ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଟିକିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାର ସହଯୋଗୀଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
ଯୁବକଙ୍କୁ କଟୁରିରେ ଆକ୍ରମଣ
/sambad/media/post_attachments/wp-content/uploads/2018/07/suicide-knife.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)